ଦୁଇ ମାସ ପରେ ସରିଲା ସିଞ୍ଜୋଙ୍କ ଶେଷକୃତ୍ୟ, ଅନ୍ତିମ ବିଦାୟ ଦେଲେ ମୋଦି

ଟୋକିଓ: ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁର ଦୁଇ ମାସ ପରେ ସରିଛି ତାଙ୍କ ଶେଷକୃତ୍ୟ। ଏଥିରେ  ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ସିଞ୍ଜୋଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ମୋଦି। ସ୍ୱର୍ଗତ ସିଞ୍ଜୋ ଆବେଙ୍କ ସ୍ତ୍ରୀ ଆକେ କଳାବସ୍ତ୍ର ପରିଧାନ କରି  ସିଞ୍ଜୋଙ୍କ ଦେହାବଶେଷ ହସ୍ତାନ୍ତର କରିଥିଲେ। ପରେ ସେନା ପକ୍ଷରୁ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର […]

shinzo abe

Madhupriya Mistry
  • Published: Tuesday, 27 September 2022
  • , Updated: 27 September 2022, 12:28 PM IST

ଟୋକିଓ: ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁର ଦୁଇ ମାସ ପରେ ସରିଛି ତାଙ୍କ ଶେଷକୃତ୍ୟ। ଏଥିରେ  ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ସିଞ୍ଜୋଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ମୋଦି।

ସ୍ୱର୍ଗତ ସିଞ୍ଜୋ ଆବେଙ୍କ ସ୍ତ୍ରୀ ଆକେ କଳାବସ୍ତ୍ର ପରିଧାନ କରି  ସିଞ୍ଜୋଙ୍କ ଦେହାବଶେଷ ହସ୍ତାନ୍ତର କରିଥିଲେ। ପରେ ସେନା ପକ୍ଷରୁ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ହଜାର ଜଣ ପ୍ରତିନିଧି ଏଥିରେ ଯୋଗ ଦେଇ ସିଞ୍ଜୋଙ୍କ ଲାଗି ପ୍ରାର୍ଥନା କରିଥିଲେ।

ଜାପାନ ଇତିହାସରେ ଏହା ଦ୍ୱିତୀୟ ଘଟଣା ଯେଉଁଥିରେ ଜଣେ ରାଜନେତାଙ୍କ ରଜକୀୟ ଭାବେ ଅନ୍ତିମ ସଂସ୍କାର କରାଯାଇଛି। ଗତ ଜୁଲାଇ ୮ ତାରିଖରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେବା ସମୟରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଦେହାନ୍ତକୁ ଇତିମଧ୍ୟରେ ୨ ମାସ ବିତିଯାଇଥିବାବେଳେ  ଆଜି ତାଙ୍କୁ ରାଜକୀୟ ମର୍ଯ୍ୟାଦା ଦେଇ ଅନ୍ତିମ ସଂସ୍କାର କରାଯାଇଛି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ସେ ଗସ୍ତରେ ପ୍ରତିପକ୍ଷ ଫୁମିଓ କିଶିଦାଙ୍କୁ ପୃଥକ ଭାବେ ଭେଟିବେ। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ।

Related story