କେ-ଡ୍ରାମା ଦେଖିବାରୁ ସର୍ବସମ୍ମୁଖରେ ୨ ଛାତ୍ରଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ

ସିଓଲ: ଉତ୍ତର କୋରିଆରେ କିମ ଜଙ୍ଗ ଉନ ଚଳାଇଥିବା ଏକଛତ୍ରବାଦୀ ଶାସନର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆନ ଓ ଆମେରିକାନ ଫିଲ୍ମ ଦେଖୁଥିବା ଦୁଇ ଜଣ ସ୍କୁଲ ଛାତ୍ରଙ୍କୁ ଉତ୍ତର କୋରିଆ ସରକାର ସର୍ବସମ୍ମୁଖରେ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋରିଆନ ଡ୍ରାମ ଉତ୍ତର କୋରିଆରେ କେ-ଡ୍ରାମା ଭାବେ ପରିଚିତ। ଏହାକୁ ଦେଖିବାକୁ କିମ୍ବା ଏହାର ପ୍ରଚାର କରିବା ଦେଶରେ ସଂପୂର୍ଣ୍ଣ ଭାବେ ବ୍ୟାନ। କେ-ଡ୍ରମା ଦେଖିଲେ ଏହାକୁ ଉତ୍ତର କୋରିଆରେ ଅପରାଧ ଭାବେ […]

k-drama

  • Published: Tuesday, 06 December 2022
  • , Updated: 06 December 2022, 09:38 PM IST

ସିଓଲ: ଉତ୍ତର କୋରିଆରେ କିମ ଜଙ୍ଗ ଉନ ଚଳାଇଥିବା ଏକଛତ୍ରବାଦୀ ଶାସନର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆନ ଓ ଆମେରିକାନ ଫିଲ୍ମ ଦେଖୁଥିବା ଦୁଇ ଜଣ ସ୍କୁଲ ଛାତ୍ରଙ୍କୁ ଉତ୍ତର କୋରିଆ ସରକାର ସର୍ବସମ୍ମୁଖରେ ମୃତ୍ୟୁଦଣ୍ଡ ଦେଇଛନ୍ତି।

କୋରିଆନ ଡ୍ରାମ ଉତ୍ତର କୋରିଆରେ କେ-ଡ୍ରାମା ଭାବେ ପରିଚିତ। ଏହାକୁ ଦେଖିବାକୁ କିମ୍ବା ଏହାର ପ୍ରଚାର କରିବା ଦେଶରେ ସଂପୂର୍ଣ୍ଣ ଭାବେ ବ୍ୟାନ। କେ-ଡ୍ରମା ଦେଖିଲେ ଏହାକୁ ଉତ୍ତର କୋରିଆରେ ଅପରାଧ ଭାବେ ବିବେଚନା କରାଯାଏ।

ତେଣୁ କୋରିଆରନ ସିନେମା ଦେଖିଥିବା ଜଣେ ୧୬ ବର୍ଷ ଓ ଜଣେ ୧୭ ବର୍ଷର ଛାତ୍ରଙ୍କୁ ସମସ୍ତଙ୍କ ଉପସ୍ଥିତିରେ ଗୁଳି କରି ହତ୍ୟା କରାଯାଇଛି। ଉତ୍ତର କୋରିଆର ରାୟାନଗାଙ୍ଗ ପ୍ରଦେଶରେ ଥିବା ଗୋଟିଏ ସ୍କୁଲରେ ଦୁଇ ଛାତ୍ର ଅକ୍ଟୋବର ମାସରେ ପରସ୍ପରକୁ ଭେଟିଥିଲେ। ଏହାପରେ ସେମାନେ ଏକାଠି ଏକାଧିକ କୋରିଆନ ଓ ଆମେରିକାନ ଡ୍ରାମା ଶୋ’ ଏବଂ ଫିଲ୍ମ ଦେଖିଥିଲେ।

ଏକଥା ପ୍ରଶାସନ ଜାଣିବା ପରେ ଉଭୟଙ୍କୁ ହାୟେସନରେ ଥିବା ଏୟାରଫିଲ୍ଡକୁ ନିଆଯାଇଥିଲା। ସେଠାରେ ପୂର୍ବରୁ ଲୋକମାନଙ୍କୁ ଆସିବାକୁ କୁହାଯାଇଥିଲା। ଲୋକମାନଙ୍କ ଉପସ୍ଥିତିରେ ଉଭୟଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଲୋକମାନଙ୍କୁ ମଧ୍ୟ ଏହି ଘଟଣାକୁ ଦେଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ମାସରେ ଏହି ଘଟଣା ଘଟିଥିବା ବେଳେ ଏବେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।

ଏହାପୂର୍ବରୁ ଜଣେ ୧୫ ବର୍ଷୀୟ ପିଲାକୁ ମଧ୍ୟ ସରକାର ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦେଇଥିଲେ। ପିଲାଟି ତା’ର ସାବତ ମା’ଙ୍କୁ ହତ୍ୟା କରିଥିବାରୁ ତାକୁ ସର୍ବସମ୍ମୁଖରେ ସରକାରଙ୍କ ପକ୍ଷରୁ ଗୁଳି କରି ହତ୍ୟା କରାଯାଇଥିଲା। ଉଭୟ ଅପରାଧ ରାକ୍ଷାସଙ୍କ କାମ ସହ ସମାନ ହୋଇଥିବାରୁ ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଦୁଇ ଛାତ୍ର ଓ ୧୫ ବର୍ଷୀୟ ପିଲା ଜଣକ ରାକ୍ଷାସ କାମ କରିଥିବାରୁ ସେମାନଙ୍କ ଦଣ୍ଡକୁ ଦେଖିବା ପାଇଁ ଲୋକଙ୍କୁ କୁହାଯାଇଥିଲା।

ଗତବର୍ଷ ଉତ୍ତର କୋରିଆ ସରକାର କିମ ଜଙ୍ଗ ଉନଙ୍କ ବାପା କିମ ଜଙ୍ଗ ଦ୍ୱିତୀୟଙ୍କ ଶ୍ରାଦ୍ଧ ବାର୍ଷିକ ପାଇଁ ପୂରା ଦେଶରେ ୧୧ ଦିନ ପାଇଁ ଶୋକସଭା କରିଥିଲେ। ଏହି ସମୟରେ ଲୋକଙ୍କୁ ହସିବା, ଦୋକାନରୁ କିଣାକିଣି କରିବା ଓ ମଦ ପଇବାକୁ ବାରଣ କରାଯାଇଥିଲା।

Related story