Advertisment

ଧକ୍କା ଦେଇଥିଲା ମର୍ସିଡିଜ୍ କାର୍, ମୃତକଙ୍କ ପରିବାରକୁ ମିଳିବ ୨ କୋଟି ଟଙ୍କା

ଜଣେ ନାବାଳକଙ୍କ ମର୍ସିଡିଜ୍ କାର୍ ଧକ୍କାରେ ୩୨ ବର୍ଷୀୟ ସିଦ୍ଧାର୍ଥ ଶର୍ମାଙ୍କ ମୃତ୍ୟୁ ଘଟିଥିଲା।

author-image
Debibandita Barick
Car

Car

୨୦୧୬ ମସିହାରେ ହୋଇଥିୱା ଏକ ଦୁର୍ଘଟଣାରେ ଜଣେ ୩୨ ବର୍ଷର ଯୁବକଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଉକ୍ତ ଯୁବକଙ୍କ ବାପାମାଆଙ୍କୁ ମିଳିବ ୧ କୋଟି ୯୮ ଲକ୍ଷ ଟଙ୍କା। ଏହି ମାମଲା ଉପରେ ବିଚାର କରି ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ (MACT) ଇନ୍ସୁରାନ୍ସ କମ୍ପାନୀକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗୋଟିଏ ମାସ ମଧ୍ୟରେ ମୃତକ ସିଦ୍ଧାର୍ଥ ଶର୍ମାଙ୍କ ବାପାମାଆଙ୍କୁ ୧.୯୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ୍। ଏଥିରେ କ୍ଷତିପୂରଣ ହିସାବରେ ୧ କୋଟି ୨୧ ଲକ୍ଷ ଟଙ୍କା ଥିବାବେଳେ ସୁଧ ହିସାବରେ ପ୍ରାୟ ୭୭.୬୧ ଲକ୍ଷ ଟଙ୍କା ରହିଛି।

ସୂଚନା ଅନୁସାରେ, ଏପ୍ରିଲ୍ ୪, ୨୦୧୬ରେ ଦିଲ୍ଲୀର ସିଭିଲ୍ ଲାଇନ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଜଣେ ନାବାଳକ ମର୍ସିଡିଜ୍ କାର୍ ଚଲାଇ ଯାଉଥିବା ସମୟରେ ୩୨ ବର୍ଷୀୟ ସିଦ୍ଧାର୍ଥ ଶର୍ମାକୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଦୁର୍ଘଟଣା ସମୟର ସିସିଟିଭି ଫୁଟେଜକୁ ଆଧାର କରି ସମସ୍ତ ଦୋଷ ନାବାଳକ ଡ୍ରାଇଭରର ଥିବା ଟ୍ରିବ୍ୟୁନାଲ କହିଛନ୍ତି। ସିସିଟିଭି ଫୁଟେଜ ଅନୁସାରେ, ସିଦ୍ଧାର୍ଥ ସାବଧାନତାର ସହ ରାସ୍ତା ପାରି ହେଉଥିଲେ। କିନ୍ତୁ ଦ୍ରୁତଗତିରେ ଆସୁଥିବା ମର୍ସିଡିଜ୍ ତାଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ମଧ୍ୟ ନାବାଳକ ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ, ସାଙ୍ଗମାନଙ୍କ ସହ ପଳାଇଥିଲେ। ଏପରି ଦୁଃଖଦ ଘଟଣା ପାଇଁ ନାବାଳକର ବାପାଙ୍କୁ ମଧ୍ୟ ଦାୟୀ କରିଛନ୍ତି ଟ୍ରିବ୍ୟୁନାଲ। ପୂର୍ବରୁ ଚେତାବନୀ ସତ୍ତ୍ୱେ ନାବାଳକ ପୁଅକୁ ଗାଡ଼ି ଚଳାଇବାକୁ ବାରଣ କରିବାରେ ତାଙ୍କ ବାପା ଅସମର୍ଥ ହୋଇଥିବା ଟ୍ରିବ୍ୟୁନାଲ କହିଛନ୍ତି। 

Accident Mercedese Hit-And-Run 2016 Hit-And-Run