Advertisment

ଚାରିଧାମ ଯାତ୍ରାରେ କାଳ ହେଉଛି ଅସହ୍ୟ ଥଣ୍ଡା; ୪୫ ଦିନରେ ଗଲାଣି ୧୧୯ ଜୀବନ

ଚଳିତ ବର୍ଷ ଏପ୍ରିଲ ୨୨ରୁ ଚାରି ଧାମ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି।

author-image
Niharika Rout
Kedarnath

Kedarnath

ଚାରିଧାମ ଯାତ୍ରାରେ ବାହାରିଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ପ୍ରଥମ ୪୫ ଦିନରେ ଗଲାଣି ୧୧୯ ଜୀବନ । ପ୍ରତିକୂଳ ପରିସ୍ଥିତି, ଅସହ୍ୟ ଥଣ୍ଡା ଯୋଗୁ ବିଭିନ୍ନ ରୋଗୀ ପୀଡ଼ିତ ହୋଇ ଏହି ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

ଚଳିତ ବର୍ଷ ଏପ୍ରିଲ ୨୨ରୁ ଚାରି ଧାମ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଯାତ୍ରା ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କିଛି କିଛି ବ୍ୟବଧାନରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପରୁ ଏଯାବତ ୨ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଚିକିତ୍ସା ସୁବିଧା ପାଇ ସାରିଥିବା ଜଣାଯାଇଛି।

ଚଳିତ ବର୍ଷ ମେ’ ମାସ ପର୍ଯ୍ୟନ୍ତ ଲଗାଣ ବର୍ଷା ସହ ବରଫପାତ ହେଉଥିବାରୁ ଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ହୋଇ ପାରିନି । ଅତ୍ୟଧିକ ଥଣ୍ଡା ଯୋଗୁ ଯାତ୍ରୀମାନେ ହୃଦଘାତର ସମ୍ମୁଖୀନ ହୋଇଥିବା ବେଳେ ସେମାନଙ୍କ ରକ୍ତ ଜମାଟ ବାନ୍ଧି ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ଜଣାଯାଇଛି।

Advertisment

ସୋମବାର ସୁଦ୍ଧା କେଦାରନାଥ ଯାତ୍ରା ସମୟରେ ୫୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ମୁଖ୍ୟତଃ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟର ହୋଇଥିବା ଜଣଶଯାଇଛି।

ଏହାବାଦ ପାହାଡ଼ ଶିଖରକୁ ଚଢ଼ି କେଦାରନାଥ ଯାତ୍ରା କରୁଥିବା ବେଳେ ପ୍ରାୟ ୨,୫୦୦ ଯାତ୍ରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସେମାନଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଇଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାଯାଇଛି।

Char Dham Yatra