Advertisment

ଓଭରଟେକକୁ ନେଇ ଝଗଡ଼ା କରୁଥିଲେ ଦୁଇ ଡ୍ରାଇଭର, ନଦୀକୁ ଖସି ପଡ଼ିଲେ

ପୁଲିସ୍‌ ଓ ଉଦ୍ଧାରକାରୀ ଟିମ ନଦୀରେ ପଡ଼ି ଯାଇଥିବା ଦୁଇ ଜଣଙ୍କୁ ଖୋଜିବାରେ ଲାଗିଥିଲେ ହେଁ ସେମାନଙ୍କର କୌଣସି ପତ୍ତା ଏଯାଏ ମିଳିନାହିଁ।

Accident

Accident

Advertisment

ବିଚ୍‌ ରାସ୍ତାରେ ଘଟିଛି ଅଭାବନୀୟ ଘଟଣା। ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥରେ ଓଭରଟେକ୍‌କୁ ନେଇ ଝଗଡ଼ା କରୁଥିଲେ ଦୁଇ ଜଣ ଡ୍ରାଇଭର। ତେବେ ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ ଦୁଇ ଜଣ ଯାକ ନିକଟସ୍ଥ ବିପାଶ ନଦୀକୁ ଖସି ପଡ଼ିଛନ୍ତି।

Advertisment

ସୋମବାର ମଧ୍ୟରାତ୍ରରେ ଘଟଣା ଘଟିଥିଲା। ପୁଲିସ୍‌ ଓ ଉଦ୍ଧାରକାରୀ ଟିମ ନଦୀରେ ପଡ଼ି ଯାଇଥିବା ଦୁଇ ଜଣଙ୍କୁ ଖୋଜିବାରେ ଲାଗିଥିଲେ ହେଁ ସେମାନଙ୍କର କୌଣସି ପତ୍ତା ଏଯାଏ ମିଳିନାହିଁ।

ସୋମବାର ରାତି ପ୍ରାୟ ୧୨ଟା ବେଳେ ପୂରା ଘଟଣା ଘଟିଥିଲା। ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥରେ ଯାଉଥିବା ପର୍ଯ୍ୟଟକଙ୍କୁ ନେଇ ଗୋଟିଏ ଟ୍ରାଭେଲର ଗାଡ଼ି ଯାଉଥିଲା। ସେହି ରାସ୍ତାରେ ଗୋଟିଏ ଏସ୍‌ୟୁଭି ପଞ୍ଜାବର ଜଲନ୍ଧର ଅଭିମୁଖେ ମଧ୍ୟ ଯାଉଥିଲା। ଦୁଇ ଗାଡ଼ି ପରସ୍ପରକୁ ଓଭରଟେକ୍‌ କରିବାକୁ ନେଇ ଟକ୍କାର ଟକ୍କରି ହୋଇଥିଲେ।

Advertisment

କିଛି ସମୟରେ ଗୋଡ଼ାଗୋଡ଼ି ପରେ ଦୁଇଟି ଯାକ ଗାଡ଼ି ଅଟକି ଥିଲେ। ଦୁଇ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ପରସ୍ପର ସହ ଝଗଡ଼ା କରିଥିଲେ। ଦୁଇ ଜଣ ହାତାହାତି ଓ ଠେଲାପେଲା ହୋଇଥିଲେ। କିଛି ସମୟର ଠେଲାପେଲା ପରେ ଉଭୟ ଜାତୀୟ ରାଜପଥରୁ ସିଧା ବିପାଶ ନଦୀକୁ ଖସି ପଡ଼ିଥିଲେ।

ସ୍ଥାନୀୟ ଲୋକମାନେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଓ ଏସଡିଆରଏଫ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୁଡ଼ାଳିମାନଙ୍କୁ ମଧ୍ୟ ଡକା ଯାଇଥିଲା। ହେଲେ ଏଯାଏ ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ପାରିନି।

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe