ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇ ୩ ଶ୍ରମିକ ଜଳି ଯାଇଛନ୍ତି। ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଥିବା ଜଣାଯାଇଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତକାଲି ଫ୍ୟାକ୍ଟ୍ରିରେ କାମ ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଉକ୍ତ ସ୍ଥାନରେ କାମ କରୁଥିବା ୩ ଶ୍ରମିକ ଜୀଅନ୍ତା ଜଳି ଯାଇଥିଲେ। ମୃତକମାନେ ଉତ୍ତରପ୍ରଦେଶର ବୋଲି ଜଣାଯାଇଛି।
Also Read
ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଫ୍ୟାକ୍ଟ୍ରିରେ ଛାନଭିନ କରି ବହୁ ଶ୍ରମିକ ଜଳି ଯାଇ ଗୁରୁତର ହୋଇଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।
କାହିଁକି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ପୁଲିସ୍ ତାହାର ତଦନ୍ତ ଆରମ୍ଭ କରିଛି। ଏଥିସହ ଫ୍ୟାକ୍ଟ୍ରି ମାଲିକ ଓ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଅପହରଣ ପରେ ଚଳନ୍ତା ବୋଲେରୋରେ ମହିଳାଙ୍କୁ ୭ ଜଣ କଲେ ଗଣ ଦୁଷ୍କର୍ମ
ପୂରା ଘଟଣା ଏପ୍ରିଲ ୨୪ ତାରିଖ ରାତିରେ ଆରମ୍ଭ ହୋଇଥିଲା। ମହିଳା ଜଣଙ୍କ ଘର ବାହାରେ ଛିଡ଼ା ହୋଇଥିବା ବେଳେ ୩ ଜଣ ବ୍ୟକ୍ତି ତାଙ୍କୁ ବଳପୂର୍ବକ ଗୋଟିଏ ବୋଲେରୋ ଗାଡ଼ିରେ ଉଠାଇ ନେଇଥିଲେ।

Politics
ଢୁଢୁ ବର୍ଷାରେ କାହିଁକି ରାଲି କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ?
ଭୋଟର ତାଲିକାରେ ନାଁ ନଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରି ଦିଆଯାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

National
ଅପରେସନ ସିନ୍ଦୂର ସମ୍ପର୍କରେ ନୂଆ ତଥ୍ୟ ଦେଲେ ଜେନେରାଲ ଅନୀଲ ଚୌହାନ
ଆଧୁନିକ ଯୁଗର ଯୁଦ୍ଧକୁ କେହି କେହି କେବେ ହେଲେ ଗତକାଲିର ଯୁଦ୍ଧାସ୍ତ୍ର ଦ୍ୱାରା ଜିତି ପାରିବ ନାହିଁ ବୋଲି ସେ କହିଛନ୍ତି।

National
ମୃତ୍ୟୁ ପରେ ବି ଆଧାର ସକ୍ରିୟ! ମାତ୍ର ୧.୫ କୋଟି କାର୍ଡ ହୋଇଛି ଅଚଳ
ଦେଶର ମୃତ୍ୟୁହାର ତୁଳନାରେ ନିଷ୍କ୍ରିୟ ହୋଇଥିବା ଆଧାର ନମ୍ବର ଯଥେଷ୍ଟ କମ ।

Crime
ଭୟଙ୍କର: ୯ମ ଶ୍ରେଣୀ ଛାତ୍ରୀଙ୍କୁ ୪ ନାବାଳକଙ୍କ ଗଣଦୁଷ୍କର୍ମ!
୪ ନାବାଳକ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଘଟାଇବା ସମସ୍ତଙ୍କୁ ଚକିତ କରିଛି।