Advertisment

ବଡ଼ଧରଣର ଆତଙ୍କବାଦୀ ହମଲା: ୪ ଯବାନ ସହିଦ

ଆତଙ୍କବାଦୀଙ୍କ ଆକ୍ରମଣ ପରେ ଅନ୍ୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ହୋଇଥିଲା।

author-image
Hemant Lenka
Terrorist

Terrorist

ଜମ୍ମୁ-କଶ୍ମୀରର କଠୁଆରେ ଆଜି ସେନା ଗାଡ଼ିକୁ ଟାର୍ଗେଟ କରି ହମଲା କରିଛନ୍ତି ଆତଙ୍କବାଦୀ। ଏଥିରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ କଠୁଆର ମାଛେଡି ଅଞ୍ଚଳରେ ଏପରି ଆକ୍ରମଣ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସେନା ଗାଡ଼ିରେ ଯବାନମାନେ ମାଛେଡି-କାଣ୍ଡଲି-ମଲହାର ରୋଡରେ ରୁଟିନ ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ନିକଟସ୍ଥ ପାହାଡ଼ ଉପରେ ରହି ଏକାଧିକ ଆତଙ୍କବାଦୀ ଗାଡ଼ି ଉପରକୁ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ।

ଏଥିରେ ପ୍ରଥମେ ୧୦ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣ ମୃତ୍ୟୁ ହୋଇଛି।

Advertisment

ଆତଙ୍କବାଦୀଙ୍କ ଆକ୍ରମଣ ପରେ ଅନ୍ୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ହୋଇଥିଲା। କିନ୍ତୁ ନିକଟସ୍ଥ ଜଙ୍ଗଲ ମଧ୍ୟ ଦେଇ ଆତଙ୍କବାଦୀମାନେ ଖସି ଯାଇଥିଲେ।

ତଥାପି ସେମାନଙ୍କୁ ଧରିବା ପାଇଁ ଜଙ୍ଗଲ ମଧ୍ୟରେ ସର୍ଚ୍ଚଅପରେସନକୁ ଜୋରଦାର କରାଯାଇଛି। ସେହିପରି ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ଅପରେସନରେ ସାମିଲ କରାଯାଇଛି।

ଜମ୍ମୁ-କଶ୍ମୀରରେ ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ରାତିରୁ ଜମ୍ମୁ-କଶ୍ମୀରର କୁଲଗାମରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ରବିବାର ସକାଳେ ଯାଏ ଚାଲିଥିବା ଏହି ଏନକାଉଣ୍ଟରେ ୬ ଜଣ ଆତଙ୍କୀ ନିହତ ହୋଇଥିଲେ।

ସେମାନଙ୍କ ମୁକାବିଲା କରି ଜଣେ ପାରା ଟ୍ରୁପରଙ୍କ ସହ ୨ ଜଣ ଯବାନ ସହିଦ ହୋଇଥିଲେ। ଆଉ ଜଣେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏନକାଉଣ୍ଟ ପରେ କୁଲଗାମରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସେହିପରି ରଜୌରୀରେ ମଧ୍ୟ ଶନିବାର ଏନକାଉଣ୍ଟର ହୋଇଥିଲା। ଆଜି କଠୁଆରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ହମଲା କରିଛନ୍ତି।

Jammu Kashmir Terrorist