Advertisment

ଭୁଶୁଡ଼ିଲା ୫ ମହଲା କୋଠା: ୭ ମୃତ

ସେହିପରି ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହୁରି ଅନେକ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି।

Building Collapse

Building Collapse

Advertisment

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ୫ ମହଲା କୋଠା। ସୁରଟର ସଚିନ ଅଞ୍ଚଳରେ ଶନିବାର ଘଟିଛି ଏଭଳି କିଛି ଅଘଟଣ। କୋଠ ଭୁଶୁଡ଼ିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହୁରି ଅନେକ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Advertisment

ସୂଚନା ମୁତାବକ, ଶନିବାର ଏହି ଦୁର୍ଘଟଣା ଘଟିଛି। ସଚିନ ପାଲି ଗାଁରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ୍ ଭୁଶୁଡି ପଡ଼ିଥିଲା। ଫଳରେ ଏହା ତଳେ ଅନେକ ଲୋକ ଦବି ଯାଇଥିଲେ। ଭଗ୍ନାବଶେଷ ତଳୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରଟ ମହାନଗର ପାଳିକର ମେୟର, ଡେପୁଟି ମେୟର, ବିଜେପି ବିଧାୟକ ସନ୍ଦୀପ ଦେଶାୟି ଓ ବିରୋଧୀ ନେତା ସାକରିୟା ସମେତ ଅନ୍ୟ ନେତାମନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ସୁରଟ ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିକ କହିଛନ୍ତି ଯେ ରାତିସାରା ସର୍ଚ୍ଚ ଅପରେସନ ଜାରି ରହିଥିଲା। ଅପରେସନ୍ ସମୟରେ ଜଣେ ମହିଳାଙ୍କ ସ୍ୱର ଶୁଣାଗଲା, ତେଣୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଭିତରକୁ ପଠାଇ ମହିଳାଙ୍କୁ ବାହାରକୁ ଆଣିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ୭ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ନିଖୋଜ ଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

Advertisment

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଦୀର୍ଘଦିନ ହେବ କୋଠାଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା। ଲଗାଣ ବର୍ଷା କାରଣରୁ କୋଠାଟି ଭୁଶୁଡ଼ିଛି। ଘର ମଧ୍ୟରେ କେତେ ଜଣ ଲୋକ ରହୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଏଫ୍‌ଏସ୍‌ଏଲ୍‌ ଟିମ୍‌ ମଧ୍ୟ ଯାଞ୍ଚ ଜାରି ରଖିଛି।

ପୁଲିସ ସୂଚନା ଅନୁସାରେ ଏହି କୋଠାଟିକୁ ୨୦୧୭ରେ ତିଆରି କରାଯାଇଥିଲା। ୩୨ଟି ଫ୍ଲାଟ୍‌ ଥିବା ଏହି ବିଲ୍ଡିଂରେ ଅଧିକାଂଶ ପରିବାର ଭଡାରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିଲେ। କିନ୍ତୁ ଆନୁଷ୍ଠାନିକ ଭାବରେ ଏହି ଭଗ୍ନାବଶେଷ ତଳେ କେତେ ପରିବାର ଫସି ରହିଛନ୍ତି ସେ ସମ୍ବନ୍ଧରେ କୌଣସି ଠୋସ୍ ସୂଚନା ମିଳିନାହିଁ।

Building Collapse Surat Gujrat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe