Leopard Attack
ମାଜା ପାଲଟିଗଲା ସଜା। ପିକ୍ନିକ୍ କରିବାକୁ ଯାଇଥିବା ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ। ଆଜା ଆଜା… କହି ଫଟୋ ଉଠାଇବା ପାଇଁ ଡାକୁଥିଲେ। ହଠାତ୍ ଦୌଡ଼ି ଆସି ଆକ୍ରମଣ କଲା ଚିତା ତଥା କଲରାପତିରିଆ ବାଘ। ଏଥିରେ ତିନି ଜଣ ଗୁରୁତର ହୋଇଛନ୍ତି। ମଧ୍ୟପ୍ରଦେଶର ଶାହଡୋଲ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବରେ ଲାଗିଛି।
ଏହି ଘଟଣା ହେଉଛି ଅକ୍ଟୋବର ୨୦ ତାରିଖର। ଶାହଡୋଲ ରେଞ୍ଜର ଖିତୌଲିରେ ଥିବା ସୋନ ନଦୀ କୂଳରେ ପୁରୁଣା ବସ୍ତିର ୩୦ରୁ ୪୦ ଲୋକେ ପିକନିକ୍ କରିବାକୁ ଯାଇଥିଲେ। ଏଥିମଧ୍ୟରୁ କେତେକ ନଦୀ ନିକଟରେ ଥିବା ଜଙ୍ଗଲ ଆଡକୁ ଯାଇଥିଲେ। ଯେଉଁଠାରେ ସେମାନେ ବୁଦା ଭିତରେ ଏକ ଚିତା ବାଘ ବା କଲରାପତରିଆ ବାଘକୁ ଦେଖିବାକୁ ପାଇଥିଲେ।
ଚିତା ବାଘକୁ ଦେଖି ଜଙ୍ଗଲ ଆଡକୁ ଯାଇଥିବା ଲୋକେ ରୋମାଞ୍ଚିତ ହୋଇଯାଇଥିଲେ। ମୋବାଇଲରେ ତାକୁ ଆଜା ଆଜା କହି ଫଟୋ ଓ ଭିଡିଓ ରେକର୍ଡିଂ କରିବାକୁ ଲାଗିଥିଲେ। ତେବେ ଏହି ସମୟରେ ହଠାତ୍ ବୁଦା ଭିତରୁ ଦୌଡ଼ି ଆସି ଭିଡିଓ ପ୍ରସ୍ତୁତ କରୁଥିବା ଯୁବକଙ୍କୁ ଆକ୍ରମଣ କରିଥିଲା କଲରାପତରିଆ ବାଘ। ଏହା ଦେଖି ପିକ୍ନିକ୍ କରିବାକୁ ଯାଇଥିବା ଲୋକ ଭୟରେ ଚିତ୍କାର କରି ଦୌଡିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
MP के शहडोल जिले में पिकनिक मनाने आए लोगों के एक समूह पर तेंदुए ने हमला किया, तीन लोग घायल#LeopardAttack#MadhyaPradesh#Picnicpic.twitter.com/zixKKYQNqJ
— RAJESH KUMAR (@RajeshK38247873) October 22, 2024
ବାଘ ଆକ୍ରମଣରେ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁଲିସ କର୍ମୀ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରି ଶାହଡୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।
ଘଟଣାସ୍ଥଳରେ ଉପସ୍ଥିତ ଲୋକମାନଙ୍କ କହିବା ମୁତାବକ, ମାଇ କଲରାପତରିଆ ବାଘଟି ନିକଟ ଜଙ୍ଗଲରେ ଶିଶୁମାନଙ୍କୁ ଜନ୍ମ ଦେଇଥିଲା, ଯେଉଁଥିପାଇଁ ତା'ର ଆଚରଣ ଆକ୍ରମଣାତ୍ମକ ହୋଇପଡ଼ିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
