ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଯୁବତୀ ଓ ୩ ଯୁବକ ଅଛନ୍ତି। ସମସ୍ତଙ୍କ ଘର ଡେରାଡୁନ ଆଖପାଖ ଅଞ୍ଚଳରେ ହୋଇଥିବା ବେଳେ ସେମାନଙ୍କ ବୟସ ୨୫ ବର୍ଷରୁ କମ୍ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।
ଗତକାଲି ରାତିରେ ୭ ଯୁବକଯୁବତୀ ଏକ କାର୍ରେ ଡେରାଡୁନ ସହ ବୁଲି ବାହାରିଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଥିବା ବେଳେ ଡେରାଡୁନର ଓଏନ୍ଜିସି ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।
ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ରୁ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
Also Read
ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆତଙ୍କବାଦୀ ଠାରୁ ଅର୍ଥନୀତିକ ଅପରାଧୀ: କେବେ ଭାରତ ଫେରିବେ ଏହି ୫ ପଳାତକ?
ରାଣା ବ୍ୟତୀତ ଭାରତରେ ଅପରାଧ ଘଟାଇ ବିଦେଶ ଫେରାର ହୋଇଯାଇଥିବା ଆଉ କିଛି ପଳାତକଙ୍କୁ ମଧ୍ୟ ନୂଆଦିଲ୍ଲୀ ଏଠାକାର ନ୍ୟାୟିକ ପ୍ରକ୍ରିୟାରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛି।
Crime
କାହିଁକି ନିଜ ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଲେ ଦୁଷ୍କର୍ମ ପୀଡ଼ିତା ?
ଯୁବତୀ ଜଣଙ୍କ କାହିଁକି ଏମିତି କଲେ?
Health
ଘାଇଲା କରୁଥିବା ବିରଳ ସ୍ନାୟୁ ରୋଗ GBS କ’ଣ? କାରଣ ଜଣାପଡ଼ୁନି
ଜିବିଏସ୍ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି।
National
ଚା’ ବିକାଳିର ‘ନିଆଁ ଗୁଜବ’ ଯୋଗୁ କେମିତି ଚାଲି ଗଲା ୧୩ ଜଣଙ୍କ ଜୀବନ?
କିନ୍ତୁ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ କିଏ ପ୍ରଚାର କରିଥିଲା? କାହିଁକି ଟ୍ରେନର ଚେନ୍ ପୁଲ୍ ହେବା ପରେ କିଛି ଲୋକ ନିକଟସ୍ଥ ଟ୍ରାକକୁ ଡିଆଁ ମାରିଲେ?
Crime
ପତ୍ନୀଙ୍କୁ ମାରି ପ୍ରେସର କୁକରରେ ସିଝାଇବା ଘଟଣା ଓଡ଼ିଶାର ସୋମନାଥଙ୍କ କଥା ମନେ ପକାଇ ଦେଲା
ଆଜିକୁ ଠିକ ୧୨ ବର୍ଷ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା।