Advertisment

ବିରିୟାନୀ ବିବାଦ: ଛାତ୍ରଙ୍କୁ ନୂଆ ସ୍କୁଲକୁ ପଠାଇବ ପ୍ରଶାସନ, ଛାଡ଼ ହେଲା ୩୭ ହଜାର ଟଙ୍କାର ଫି’

୩ ପିଲାଙ୍କ ମା’ ସେମାନଙ୍କୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ନେବା ପାଇଁ ନିଷ୍ପତ୍ତି ନେବାରୁ ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି।

School

School

Advertisment

ସ୍କୁଲକୁ ଟିଫିନରେ ଆମିଷ ଆଣି ବହିଷ୍କୃତ ୭ ବର୍ଷୀୟ ପିଲାକୁ ନେଇ ବଡ଼ ଖବର ଆସିଛି। ଉତ୍ତର ପ୍ରଦେଶର ଅମରୋହାରେ ଥିବା ହିଲଟନ ପବ୍ଲିକ ସ୍କୁଲକୁ ପିଲାଟି ବିରିୟାନୀ ଆଣିଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିଲା। ଏବେ ତାଙ୍କୁ ଓ ତାଙ୍କର ଦୁଇ ଭାଇଙ୍କୁ ଆଉ ଏକ ସ୍କୁଲକୁ ପଠାଯିବାକୁ ନିଷ୍ପତ୍ତି ହୋଇଛି। 

Advertisment

୩ ପିଲାଙ୍କ ମା’ ସେମାନଙ୍କୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ନେବା ପାଇଁ ନିଷ୍ପତ୍ତି ନେବାରୁ ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି। ରାଜ୍ୟ ଶିକ୍ଷା ବିଭାଗ ସେମାନଙ୍କ ନାମ ଲେଖା ଖର୍ଚ୍ଚ ବହନ କରିବ। ସେହିପରି ହିଲଟନ ପବ୍ଲିକ ସ୍କୁଲ ୩ ପିଲାଙ୍କ ଉପରେ ବାକି ରହିଥିବା ୩୭ ହଜାର ଟଙ୍କାର ସ୍କୁଲ ଫି’କୁ ମଧ୍ୟ ଛାଡ଼ କରିବ ବୋଲି କହିଛି।

ନନ ଭେଜ ଖାଦ୍ୟ ପାଇଁ ପିଲାଟିକୁ ବହିଷ୍କାର କରାଯିବା ଘଟଣା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା। ମଙ୍ଗଳବାର ତଦନ୍ତ କମିଟି ପ୍ରିନ୍ସିପାଲ କୌଣସି ଭୁଲ କରି ନଥିବା କହିଥିଲା। ଏଥିସହ ବିବାଦୀୟ ଭିଡିଓକୁ ଏଡିଟ କରି ଜାରି କରାଯାଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷ ପ୍ରିନ୍ସିପାଲଙ୍କୁ ହଟାଇବା ସହ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଥିଲେ। ଏବେ ଉକ୍ତ ତଦନ୍ତ ଜାରି ରହିଛି।

Advertisment

ଅମରୋହାର ଡିଆଇଓଏସ୍‌ ବିଷ୍ଣୁ ପ୍ରତାପ ସିଂହ କହିଛନ୍ତି, ପିଲାମାନଙ୍କ ଟ୍ରାନ୍ସଫର ପ୍ରକ୍ରିୟାରେ ସରକାର ସହାୟତା କରିଛନ୍ତି। ଆମେ ଏହି ପ୍ରସଙ୍ଗରେ ସ୍କୁଲ କର୍ତ୍ତୃପକ୍ଷ ଓ ପିଲାଟିର ମା’ଙ୍କ ସହ କଥା ହୋଇଛୁ। ଉଭୟ ପକ୍ଷ ଟ୍ରାନ୍ସଫର ପାଇଁ ରାଜି ହୋଇଛନ୍ତି।

ପିଲାମାନଙ୍କୁ ଅଲଗା ସ୍କୁଲରେ ନାଁ ଲେଖାଇବା ପାଇଁ ଶିକ୍ଷା ବିଭାଗ ଯୋଗାଯୋଗ କରିଛି। ଟ୍ରାନ୍ସଫର ପ୍ରମାଣପତ୍ର ମିଳିଗଲା ପରେ ଅନ୍ୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।

କିଛି ଦିନ ତଳେ ପିଲାଟି ସ୍କୁଲକୁ ଟିଫିନରେ ବିରିୟାନୀ ଧରି ଆସିଥିଲେ। ଏଥିପାଇଁ ତାଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିଲା। ଏହାରକୁ ନେଇ ପିଲାଟିର ମା’ ଆପତ୍ତି ଉଠାଇଥିଲେ। ସେ ପ୍ରିନ୍ସିପାଲଙ୍କ ସହ ଏସମ୍ପର୍କର କଥା ହେବା ବେଳେ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା।

Uttar Pradesh School Biryani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe