Advertisment

ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ୧୦୦ କୋଟିରୁ ଅଧିକ ଟଙ୍କା ଜବତ

ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଧରପଗଡ଼କୁ ଜୋରଦାର କରାଯାଇଛି। ତାରିଖ ଘୋଷଣା ହେବା ଠାରୁ ୮ ଦିନ ମଧ୍ୟରେ ପୁଲିସ ୧୦୦ କୋଟିରୁ ଅଧିକ ଟଙ୍କା ଜବତ କରିଛି।

author-image
Manoj Swain
ଅଦ୍ୟତନ ହୋଇଛି
Telangana votes on November 30

Telangana votes on November 30

ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ୧୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ତାରିଖ ଘୋଷଣା ହେବାର ମାତ୍ର ୮ ଦିନ ମଧ୍ୟରେ ଏତେ ପରିମାଣର ଟଙ୍କା, ସୁନା ଓ ମଦ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆସନ୍ତା ନଭେମ୍ବର ୩୦ରେ ଅନୁଷ୍ଠିତ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ। ଏନେଇ ତାରିଖ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଛି।

Advertisment

ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଧରପଗଡ଼କୁ ଜୋରଦାର କରାଯାଇଛି। ତାରିଖ ଘୋଷଣା ହେବା ଠାରୁ ୮ ଦିନ ମଧ୍ୟରେ ପୁଲିସ ୧୦୦ କୋଟିରୁ ଅଧିକ ଟଙ୍କା ଜବତ କରିଛି। 

ଜବତ କରାଯାଇଥିବା ନଗଦ ୫୬ କୋଟି ଟଙ୍କା, ଜବତ ସୁନା, ରୂପା ଓ ହୀରା ଯାହାର ଦାମ ୩୮.୪୫ କୋଟି ଟଙ୍କା, ଜବତ ମଦ ଯାହାର ଦାମ ୨.୬ କୋଟି, ସେହିଭଳି ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପାଖାପାଖି ୩.୪୨ କୋଟି ଟଙ୍କା ଏବଂ ୭୦ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଯାହା ସବୁ ମିଶାଇ ଦେଲେ ୧୦୦ କୋଟିରୁ ଅଧିକ ଟଙ୍କା ହେବ ବୋଲି ନିର୍ବାଚନ କମିସନ କହିଛନ୍ତି।

Advertisment

୨୦୧୮ ମସିହା ବିଧାନସଭା ନିର୍ବାଚନ ବେଳେ ମୋଟ ୧୦୩.୮୯ କୋଟି ଟଙ୍କା ଜବତ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହାର ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅଧିକାରୀମାନେ କହିଛନ୍ତି।

ପ୍ରକାଶ ଥାଉକି, ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ରେ ଭୋଟିଂ ହେବ। ସେହିଭଳି ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ରାଜସ୍ଥାନରେ ନଭେମ୍ବର ୨୫ରେ ଭୋଟ ଗ୍ରହଣ ହେବ।

କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଏହି ୫ ରାଜ୍ୟରେ ଡିସେମ୍ବର ୩ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Election Telengana