ହାଉସ୍ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍ କମିଟିରେ ତାଙ୍କୁ ସ୍ଥାନ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ହାଉସ କମିଟି ଗଠିତ ହୋଇଛି।
ଏହି କମିଟିରେ କଲ୍ୟାଣ ବାନାର୍ଜୀ, ସୁଧୀର ଗୁପ୍ତା, କୃପାନାଥ ମଲ୍ଲାହ, ଡି. ପୁରନ୍ଦେଶ୍ୱରୀ, ସୁଖଜିନ୍ଦର ସିଂହ ରାନ୍ଧୱା, ଏମ୍ଏସ୍ ରେଡ୍ଡୀ, କୋଡିକୁନ୍ନିଲ ସୁରେଶ, ଡକ୍ଟର ଟି ସୁମତି, ଅକ୍ଷୟ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବ ଅଛନ୍ତି।
Also Read
କିଛି ଦିନ ପୂର୍ବରୁ ବାଚସ୍ପତି ଓମ୍ ବିର୍ଲା ବିଜନେସ ଆଡଭାଇଜରୀ କମିଟି ଗଠନ କରିଥିଲେ। ଏଥିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ସଦସ୍ୟ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବନ୍ଧା ହେଲେ ବିଜେପି ବିଧାୟକ, କଣ୍ଟ୍ରାକ୍ଟରଙ୍କୁ ଦେଇଥିଲେ ଧମକ
କଣ୍ଟ୍ରାକ୍ଟର ଚେଲଭାରାଜୁଙ୍କ ଅଭିଯୋଗକ୍ରମରେ ମୁନିରତ୍ନଙ୍କ ନାଁରେ ଦୁଇଟି ଏଫଆଇଆର ରୁଜୁ ହୋଇଥିଲା।
National
DMKର ବିରିୟାନୀ ଖାଇ ୪୦ ପିଲାଙ୍କ ସହ ୧୦୦ରୁ ଅଧିକ ଅସୁସ୍ଥ
ବିରିୟାନୀ ଖାଇବାର କିଛି ସମୟ ପରେ ୧୦୦ରୁ ଅଧିକ ଲୋକଙ୍କ ବାନ୍ତି ହୋଇଥିଲା। ସେମାନଙ୍କୁ ନିକଟସ୍ଥ ଭିଲ୍ଲୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
Politics
୪୨ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଡୋଡାରେ ମୋଦି: ଏନସି, ପିଡିପି ଓ କଂଗ୍ରେସକୁ ଧୋଇଲେ
ସେ ୪୨ ବର୍ଷ ମଧ୍ୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜମ୍ମୁ-କଶ୍ମୀରର ଡୋଡାରେ କୌଣସି ରାଲି କରି ଇତିହାସ ରଚିଛନ୍ତି।
National
ଆପ୍ ସରକାର ବ୍ୟାନ କରିଥିଲେ, କିନ୍ତୁ କେଜ୍ରିୱାଲଙ୍କ ପାଇଁ ଫୁଟିଲା ବାଣ
ଦିଲ୍ଲୀରେ କୌଣସି ବାଣର ବିକ୍ରି, ଉତ୍ପାଦନ କିମ୍ବା ବ୍ୟବହାର ହୋଇପାରିବ ନାହିଁ ବୋଲି ସୋମବାର ଆପ୍ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।
National
କୋଲାକାତାରେ ବଡ଼ ବିସ୍ଫୋରଣ, ଜରି ଗୋଟାଳି ମୃତ
ଶନିବାର ଦିନ ୧.୪୫ରେ ହୋଇଥିବା ଏହି ବିସ୍ଫୋରଣ ପରେ ଚାରି ଆଡ଼େ ଆତଙ୍କ ଖେଳି ଯାଇଛି।