Advertisment

କାଲି କେଜ୍ରିୱାଲଙ୍କ ଘର ଘାଣ୍ଟିଥିଲା ଇଡି, ଜାଣନ୍ତୁ, କ’ଣ ପାଇଲା?

ସର୍ଚ୍ଚ ବେଳେ କେଜ୍ରିୱାଲଙ୍କ ଘରୁ କ’ଣ ଜବତ ହୋଇଛି ତାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା ।

author-image
Niharika Rout
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପଶିଥିଲା ଇଡି ଟିମ୍‌। ଇଡିର ଅଧିକାରୀମାନେ ଦୀର୍ଘ ସମୟ ଧରି କେଜ୍ରିୱାଲଙ୍କ ଘର ସର୍ଚ୍ଚ କରିବା ପରେ ତାଙ୍କୁ ଗିରଫ କରିଥିଲେ। ତେବେ ସର୍ଚ୍ଚ ବେଳେ କେଜ୍ରିୱାଲଙ୍କ ଘରୁ କ’ଣ ଜବତ ହୋଇଛି ତାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା ।

Advertisment

କେଜ୍ରିୱାଲ ଙ୍କ ଘର ଯାଞ୍ଚ ବେଳେ  ୭୦ ହଜାର ଟଙ୍କା କ୍ୟାସ୍‌ ଜବତ ହୋଇଥିବା ଜଣାଯାଇଛି। ଏନେଇ ଆପ୍‌ ମନ୍ତ୍ରୀ ସୌରଭ ଭରଦ୍ୱାଜ ସୂଚନା ଦେଇଛନ୍ତି ।

ସୌରଭଙ୍କ ସୂଚନା ଅନୁଯାୟୀ, ଇଡି ଟିମ୍‌ କେଜ୍ରିୱାଲ ଙ୍କ ଘର ସର୍ଚ୍ଚ କରିବା ସମୟରେ ୭୦ ହଜାର ଟଙ୍କା କ୍ୟାସ୍‌ ଜବତ କରିଥିଲେ। ପରେ ସେ ଏହାକୁ ତାଙ୍କ ପରିବାର ସଦସ୍ୟଙ୍କୁ ଫେରାଇ ଦେଇଥିବା ଜଣାଯାଇଛି। ସେମାନେ କେବଳ କେଜ୍ରିୱାଲଙ୍କ ମୋବାଇଲ ଜବତ କରିବା ସହ ତାଙ୍କୁ ଗିରଫ କରି ନେଇ ଯାଇଥିଲେ। ମାତ୍ର ଏହାବାଦ ସେମାନେ ଅବକାରୀ ଦୁର୍ନୀତି ନେଇ ଅଧିକ କୌଣସି ତଥ୍ୟ, ପ୍ରମାଣ ଆଦି କେଜ୍ରିୱାଲଙ୍କ ଘରୁ ପାଇ ନ ଥିବା କହିଛନ୍ତି ସୌରଭ ଭରଦ୍ୱାଜ।

Advertisment

ପ୍ରଧାନମନ୍ତ୍ରୀ ମୋଦି ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି। କେଜ୍ରିୱାଲ ଙ୍କୁ ନେଇ ସେ ଭୟଭୀତ ହୋଇ ଯାଇଥିବାରୁ କଳେବଳେ କୌଶଳେ ସେ ତାଙ୍କୁ ଗିରଫ କରାଇଥିବା ଅଭିଯୋଗ କରିଛନ୍ତି ସୌରଭ। ମୋଦି ଏବେ ସର୍ବ ଶକ୍ତିମାନ ହୋଇଥିବାରୁ ତାଙ୍କୁ ଅଟକାଇବା ପରି ଶକ୍ତି କେହି ନାହାନ୍ତି । ଇତି ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କ ସମେତ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ସାରିଲାଣି ଇଡି। ଏହି ଗିରଫଦାରୀ ସଂଖ୍ୟା ନିକଟ ଭବିଷ୍ୟତରେ ବଢ଼ିପାରେ ବୋଲି ବି ଅଭିଯୋଗ କରିଛନ୍ତି ସୌରଭ ।

ଅବକାରୀ ଦୁର୍ନୀତି ମାମଲାରେ ୯ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହେଉନଥିଲେ। ଗିରଫଦାରୀ ଆଶଙ୍କାକୁ ଟାଳିବା ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର କୋର୍ଟ କୌଣସି ପ୍ରକାରର ସୁରକ୍ଷା ଦେବାକୁ ମନା କରିବାରୁ ଇଡି ଟିମ୍‌ ଗତକାଲି ସନ୍ଧ୍ୟାରେ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଥିଲେ। ଇଡି ଟିମ୍‌ ଯୋଜନାବଦ୍ଧ ଭାବେ କେଜ୍ରିୱାଲ ଙ୍କୁ ଗିରଫ କରିଥିବା ଆପ୍‌ ଅଭିଯୋଗ କରିଛି।

ED Raid Arvind Kejriwal Arrest