Advertisment

ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ହାଇକୋର୍ଟ ଗଲେ କେଜ୍ରିୱାଲ, ତୁରନ୍ତ ଛାଡ଼ିବାକୁ କଲେ ଆବେଦନ

ଗତ ଗୁରୁବାର ସନ୍ଧ୍ୟାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ଅଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଇଡି ଗିରଫ କରିଥିବା ବେଳେ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ତେବେ ତାଙ୍କ ଗିରଫଦାରୀ ଓ ରିମାଣ୍ଡ ନିର୍ଦ୍ଦେଶ ବେଆଇନ ବୋଲି କହି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ରବିବାର (ମାର୍ଚ୍ଚ ୨୪) ସୁଦ୍ଧା ଏହାର ଜରୁରୀ ଶୁଣାଣି କରି ତାଙ୍କୁ ଶୀଘ୍ର ମୁକ୍ତ କରିବାକୁ ଆବେଦନ କରିଛନ୍ତି କେଜ୍ରିୱାଲ।

Advertisment

ଗତ ଗୁରୁବାର ସନ୍ଧ୍ୟାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଶୁକ୍ରବାର ଇଡି ତାଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜର କରି ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ଇଡିଙ୍କୁ ୭ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ। ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେବା ପରେ ଇଡି ତାଙ୍କୁ ଗିରଫ କରିଥିଲା।

କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ଆବେଦନ କଲା ବେଳେ ଇଡି ପକ୍ଷରୁ କୁହାଯାଇଥିଲା ଯେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସେ ହେଉଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା କିଙ୍ଗପିନ୍। ଏହି ନୀତିକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ ଓ ଏଥିରେ ଟଙ୍କା କାରବାର ହୋଇଛି ବୋଲି ଇଡି ଅଭିଯୋଗ କରିଥିଲା।

Advertisment

ଆପ୍‌ ପକ୍ଷରୁ କୁହାଯାଇଛି ଯେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ରହିବେ। ଯଦି ଆବଶ୍ୟକ ପଡ଼େ ସେ ଜେଲ୍ ଭିତରୁ ରହି ସରକାରକୁ ପରିଚାଳନା କରିବେ।

Arvind Kejriwal