Advertisment

‘ଅପରେସନ ସିନ୍ଦୂର’ ଉପରେ ବିବାଦୀୟ କଥା କହି ଫସିଗଲେ ଆସୋସିଏଟ୍ ପ୍ରଫେସର

ହରିୟାଣାର ଜଣେ ବିଜେପି ଯୁବ ମୋର୍ଚ୍ଚା ନେତାଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଛି।

author-image
Jitendra Garnayak
Ali Khan Mahmudabad

Ali Khan Mahmudabad

ସୋସାଲ ମିଡିଆରେ ‘ଅପରେସନ ସିନ୍ଦୂର’ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି ହରିୟାଣାର ସୋନିପତ ସ୍ଥିତ ଅଶୋକା ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଅଲୀ ଖାନ ମହମୁଦାବାଦ। ପୁଲିସ ତାଙ୍କୁ ଦିଲ୍ଲୀରୁ ଗିରଫ କରିଛି। ହରିୟାଣାର ଜଣେ ବିଜେପି ଯୁବ ମୋର୍ଚ୍ଚା ନେତାଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଛି।

Advertisment

ଅଶୋକା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆସୋସିଏଟ୍ ପ୍ରଫେସର ଅଲୀ ଖାନ ମହମୁଦାବାଦଙ୍କୁ ଆଜି ପୁଲିସ ଗିରଫ କରିଥିବା ସଂପର୍କରେ ଆମେ ଅବଗତ ଅଛୁ। ଆମେ ଏହି ମାମଲାର ସବିଶେଷ ତଥ୍ୟ ହାସଲ କରିବାକୁ ପ୍ରୟାସ କରୁଛୁ। ବିଶ୍ୱବିଦ୍ୟାଳୟ ତରଫରୁ ପୁଲିସକୁ ପୂର୍ଣ୍ଣ ସହଯୋଗ କରାଯିବ।

‘ଅପରେସନ ସିନ୍ଦୂର’କୁ ନେଇ ସୋସାଲ ମିଡିଆରେ ବିବାଦୀୟ କଥା କହିବା ପରେ ଆସୋସିଏଟ୍ ପ୍ରଫେସର ଅଲୀ ଖାନ ମହମୁଦାବାଦଙ୍କୁ ପରିୟାଣା ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା।

Advertisment

ହରିୟାଣା ମହିଳା କମିଶନ ଅଧ୍ୟକ୍ଷ ରେଣୁ ଭାଟିଆ କହିଥିଲେ, ଆମେ ଦେଶର ଝିଅ – କର୍ଣ୍ଣେଲ ସୋଫିୟା କ୍ୟୁରେଶି ଓ ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହଙ୍କୁ ସାଲ୍ୟୁଟ କରୁଛୁ। କିନ୍ତୁ ରାଜନୀତି ବିଜ୍ଞାନ ପଢାଉଥିବା ପ୍ରଫେସର (ଅଲୀ ଖାନ ମହମୁଦାବାଦ) ସେମାନଙ୍କ ପ୍ରତି ଯେଉଁ ଭଳି ଶବ୍ଦର ବ୍ୟବହାର କରିଛନ୍ତି, ମୁଁ ଭାବୁଛି ସେ ଆଜି (ଏପ୍ରିଲ ୧୩) କମିଶନ ନିକଟରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିବା ଉଚିତ।’

‘ଅପରେସନ ସିନ୍ଦୂର’ ବେଳେ କର୍ଣ୍ଣେଲ ସୋଫିୟା କ୍ୟୁରେଶି ଓ ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଯେଉଁ ସାମ୍ବାଦିକ ସମ୍ମିଳନୀ କରୁଥିଲେ ତାହାକୁ ଆସୋସିଏଟ୍ ପ୍ରଫେସର ଅଲୀ ଖାନ ମହମୁଦାବାଦ ‘ଆଦର୍ଶ’ ବୋଲି କହିଥିଲେ। କିନ୍ତୁ ଏହି ଆଦର୍ଶ ବାସ୍ତବରେ କାର୍ଯ୍ୟକାରୀ ହେବା ଦରକାର ବୋଲି କହିଥିଲେ। ନହେଲେ ଏହା ଛଳନା ହେବ ବୋଲି ସେ କହିଥିଲେ।

ହରିୟାଣ ମହିଳା କମିଶନଙ୍କ ନୋଟିସ୍‌ ସଂପର୍କରେ ସେ କହିଥିଲେ ଯେ ତାଙ୍କ କଥାକୁ କମିଶନ ଠିକ୍‌ରେ ବୁଝିପାରି ନାହାନ୍ତି। ସେ ତାଙ୍କ ସାମ୍ବିଧାନିକ ଅଧିକାର ଭିତରେ ରହି ଯାହା କହିବା କଥା କହିଛନ୍ତି। ସେ ଦେଶରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ପ୍ରୟାସ କରିଛନ୍ତି। ସେ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ଯେଉଁମାନେ ଦେଶରେ ଘୃଣାର ବାତାବରଣ ତିଆରି କରିବା ସହ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି ସେମାନଙ୍କୁ ସେ ସମାଲୋଚନା କରିଛନ୍ତି ବୋଲି କହିଛନ୍ତି।

Operation Sindoor