ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଯେଉଁଥିରେ ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ସ୍ଥାନ ପାଇଛନ୍ତି।
ସେହିପରି ବିଜନେସ୍ ଆଡଭାଇଜରୀ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଡିଏମକେ ସାଂସଦ ଦୟାନିଧି ମାରନ। ବିଜେପି ସାଂସଦ ପିପି ଚୌଧୁରୀ, ଅନୁରାଗ ଠାକୁରଙ୍କ ଭଳି ନେତାଙ୍କୁ ବି ବିଜନେସ୍ ଆଡଭାଇଜରୀ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି।
Also Read
ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ସଂସଦର ବେଜଟ୍ ଅଧିବେଶନ। ୨୩ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଡିଜେଲ ବୋଝେଇ ଟ୍ରେନ୍ରେ ଲାଗିଗଲା ନିଆଁ
ନିଆଁ ଲାଗିବା ପରେ ଷ୍ଟେସନ ସହିତ ଆଖପାଖ ଅଞ୍ଚଳରେ ଥିବା ଘରଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

Entertainment
ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
୪ ଦଶନ୍ଧିରୁ ଅଧିକ ବର୍ଷ ଧରି ସେ ଅଭିନୟ କରିଥିଲେ। ସେ ୭୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ସେ ଖୁବ୍ ଲୋକପ୍ରିୟ ଥିଲେ।

National
ଅହମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ: ଜଣେ ପାଇଲଟ ଅନ୍ୟ ଜଣଙ୍କୁ ପଚାରିଥିଲେ, ତୁମେ ଇନ୍ଧନ କାହିଁକି ବନ୍ଦ କଲ
ମନ୍ତ୍ରୀ କହିଛନ୍ତି, ଏବେ ଯେଉଁ ରିପୋର୍ଟ ଆସିଛି ତାକୁ ବେସମାରିକ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରାଯାଉଛି। ଆମେ କେବଳ ପାଇଲଟମାନଙ୍କ ବାର୍ତ୍ତାଳପରୁ କୌଣସି ନିଷ୍କର୍ସରେ ପହଞ୍ଚି ପାରିବା ନାହିଁ। କାରଣ ସେମାନଙ୍କ ବାର୍ତ୍ତାଳପ ମାତ୍ର କିଛି ସେକେଣ୍ଡର ଥିଲା। AAIB ବିନା କୌଣସି ବାଧାରେ ତା’ର ତଦନ୍ତ କରୁଛି।

National
ଝିଅକୁ ବାପା ଗୁଳି କରି ମାରିଦେବା ପଛର କାରଣ ଟେନିସ ଏକାଡେମୀ
ପୁଲିସ କହିଛି ଯେ ମାମଲାଟିର ତଦନ୍ତ ଏବେ ପ୍ରାଥମିକ ସ୍ତରରେ ରହିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସମସ୍ତ ପ୍ରମାଣ କହୁଛି ଯେ ଏହି ହତ୍ୟାକାଣ୍ଡ ପଛର ଏକମାତ୍ର କାରଣ ହେଉଛି ରାଧିକାଙ୍କ ଟେନିସ ଏକାଡେମୀ।