ସିଙ୍ଗର ନେହା ସିଂହ ରାଠୋର କିଏ? କାହିଁକି ଦେଶଦ୍ରୋହ ମାମଲାରେ ଫସିଲେ?

ନିଜର ସୋଶାଲ ମିଡିଆ ପୋଷ୍ଟରେ ସେ ପହଲଗାମ ଆତଙ୍କବାଦୀ ହମଲାକୁ ଗୁଇନ୍ଦା ଓ ସୁରକ୍ଷା ବ୍ୟବସ୍ଥାର ବିଫଳତା ବୋଲି କହିବା ସହ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ।

Neha

ନେହା ସିଂହ ରାଠୋର (ଫାଇଲ ଫଟୋ)

Hemant Lenka
  • Published: Monday, 28 April 2025
  • Updated: 28 April 2025, 04:19 PM IST

Sports

Latest News

ପୁଣି ଚର୍ଚ୍ଚାରେ ଭୋଜପୁରୀ ସିଙ୍ଗର ତଥା ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଥିବା ନେହା ସିଂହ ରାଠୋର। ପହଲଗାମ ଆତଙ୍କବାଦୀ ହମଲାକୁ ନେଇ ସେ ସୋଶାଲ ମିଡିଆରେ ‘ଆପତ୍ତିଜନକ’ ପୋଷ୍ଟ କରିଥିବା ଅଭିଯୋଗରେ ଫସିଛନ୍ତି। ତାଙ୍କ ନାଁରେ ଦେଶଦ୍ରୋହ ଭଳି ସଙ୍ଗୀନ ମାମଲା ରୁଜୁ ହୋଇଛି। ନିଜର ସୋଶାଲ ମିଡିଆ ପୋଷ୍ଟରେ ସେ ପହଲଗାମ ଆତଙ୍କବାଦୀ ହମଲାକୁ ଗୁଇନ୍ଦା ଓ ସୁରକ୍ଷା ବ୍ୟବସ୍ଥାର ବିଫଳତା ବୋଲି କହିବା ସହ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ବାସ୍‌ ଏହି ଭିଡିଓ ପାଇଁ ତାଙ୍କୁ ଦେଶଦ୍ରୋହ ମାମଲାର ସାମ୍ନା କରିବାକୁ ପଡ଼ିଛି।

ନେହାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ହଜରତଗଞ୍ଜରେ ମାମଲା ହୋଇଛି। ସେ ପୋଷ୍ଟ କରିଥିବା ଭିଡିଓକୁ ପାକିସ୍ତାନର ଗୋଟିଏ ସାମ୍ବାଦିକ ଗ୍ରୁପ ରି-ପୋଷ୍ଟ କରିଥିଲା। ସେମାନେ ନେହାଙ୍କୁ ପ୍ରଶଂସା କରିବା ସହ ପହଲଗାମ ହମଲାର ପ୍ରକୃତ ସତ ସାମ୍ନାକୁ ଆସିଥିବା କହିଥିଲେ। ନେହାଙ୍କ କଥା ପାକିସ୍ତାନକୁ ସୁହାଉଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରାଯାଇଛି।

Also Read

ନେହା ତାଙ୍କ ଭିଡିଓରେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମ ଆକ୍ରମଣକୁ ନେଇ ବିହାର ବିଧାନସଭା ନିର୍ବାଚନ ବେଳେ ଭୋଟ ମାଗିବେ। ୨୦୧୯ ପୁଲୱାମା ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ମଧ୍ୟ ମୋଦି ସେମାନଙ୍କ ନାଁରେ ଯେଉଁଭଳି ଭୋଟ ମାଗିଥିଲେ, ଏବେ ପହଲଗାମ ଆକ୍ରମଣକୁ ଆଧାର କରି ଭୋଟ ମାଗିବେ ବୋଲି ନେହା କହିଛନ୍ତି। ପୂର୍ବରୁ ମଧ୍ୟ ନେହା ସମାନ ଧରଣର ପୋଷ୍ଟ ପାଇଁ ବିବାଦରେ ଫସିଥିଲେ।

ନେହାଙ୍କ ବିରୋଧରେ ରୁଜୁ ଏଫଆଇଆରରେ କୁହାଯାଇଛି ଯେ ସେ ନିଜ ଏକ୍ସ ପୋଷ୍ଟ ଦ୍ୱାରା ଜାତୀୟ ଏକତାକୁ ପ୍ରଭାବିତ କରିଛନ୍ତି ଓ ଲୋକଙ୍କୁ ସେମାନଙ୍କ ଧର୍ମ ଆଧାରରେ ପରସ୍ପରକୁ ଆକ୍ରମଣ କରିବାକୁ ଉସକାଇଛନ୍ତି। ସେ ନିୟମିତ ଭାବେ ସୋଶାଲ ମିଡିଆରେ ପହଲଗାମ ଆକ୍ରମଣକୁ ନେଇ ଭିଡିଓ ଶେୟାର କରିବା ସହ ନିରୀହ ଲୋକଙ୍କ ହତ୍ୟା ଉପରେ ପ୍ରଶ୍ନ ଉଠାଇଛନ୍ତି।

ନେହାଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ପାକିସ୍ତାନରେ ବେଶ ଭାଇରାଲ ହେବାରେ ଲାଗିଛି। ମୋଦି ସରକାରଙ୍କୁ ସେ ସମାଲୋଚନା କରି ପାକିସ୍ତାନରେ ପ୍ରଶଂସା ସାଉଁଟିଛନ୍ତି। ନେହାଙ୍କ ସମସ୍ତ ପ୍ରକାରର ଦେଶ ବିରୋଧୀ ମନ୍ତବ୍ୟକୁ ପାକିସ୍ତାନ ମିଡିଆ ଭାତ ବିରୋଧରେ ବ୍ୟବହାର କରୁଥିବା ଏଫଆଇଆରରେ କୁହାଯାଇଛି। 

ଏପ୍ରିଲ ୨୫ରେ ନେହା ସିଂହ ରାଠୋର ଗୋଟି ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ “ଯେଉଁ ବ୍ୟକ୍ତି(ପ୍ରଧାନମନ୍ତ୍ରୀ) ଗୋଟିଏ ଯୁଦ୍ଧ(ରୁଷ-ୟୁକ୍ରେନ)କୁ ଅଟକାଇ ଦେଉଛନ୍ତି, ସେ ନିଜ ଦେଶରେ ଗୋଟିଏ ଆତଙ୍କବାଦୀ ଆକ୍ରମଣକୁ ରୋକି ପାରୁ ନାହାନ୍ତି? ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ଏହି ପ୍ରସଙ୍ଗକୁ ରାଜନୀତିକ ଛୁଙ୍କ ନ ଦେବାକୁ କହିବା ସହ ପ୍ରଶ୍ନ ନ କରିବାକୁ କହୁଛନ୍ତି।

କିନ୍ତୁ ସରକାରଙ୍କୁ ମୁଁ କ’ଣ ପ୍ରଶ୍ନ କରିବି? ଶିକ୍ଷା ଓ ସ୍ୱାସ୍ଥ୍ୟର ପ୍ରସଙ୍ଗକୁ ଏଠାରେ ଗୁରୁତ୍ୱ ଦିଆଯାଉ ନାହିଁ। ଲୋକମାନଙ୍କୁ ଜାତୀୟତାବାଦ ରାଜନୀତି ନାଁରେ ହତ୍ୟା କରାଯାଉଛି। ହିନ୍ଦୁ-ମୁସଲିମ ଏବେ ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ୫୬ ଇଞ୍ଚର ଛାତି କଥା କହୁଥିଲେ ହେଁ ଲୋକଙ୍କୁ ହତ୍ୟା କରାଯାଉଛି। କ’ଣ ମୁଁ ମହମ୍ମଦ ଅଲୀ ଜିହ୍ନାକୁ ପ୍ରଶ୍ନ କରିବି? ପୁଲୱାମା ଆକ୍ରମଣ ଭଳି ପହଲଗାମ ହମଲା ପୀଡ଼ିତଙ୍କ ନାଁରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବିହାରରେ ଭୋଟ ମାଗି ପାରନ୍ତି।”

ନେହା ସିଂହ ରାଠୋର କିଏ?

୧- ନେହା ସିଂହ ରାଠୋର ହେଉଛି ରାଜନୀତିକ ସମାଲୋଚକ ଓ ଭୋଜପୁରୀ ସିଙ୍ଗର। ସେ ୧୯୯୭ରେ ଜନ୍ମ ଗ୍ରହଣ କରିଥିଲେ ଓ ବିହାରର ଜନଦାହାରେ ବଡ଼ ହୋଇଥିଲେ। ୨୦୧୮ରେ ନେହା କାନପୁର ବିଶ୍ୱବିଦ୍ୟାଳୟରୁ ବି.ଏସ୍‌ସିରେ ଡିଗ୍ରୀ ହାସଲ କରିଥିଲେ।

୨- ୨୦୧୯ରେ ନେହା ଜଣେ କମ୍ପୋଜର ଓ ଭୋଜପୁରୀ ସିଙ୍ଗର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ନିଜ ମୋବାଇଲରେ ବିଭିନ୍ନ ଗୀତ ରେକର୍ଡ କରିଥିଲେ ଓ ଏହାକୁ ଫେସବୁକରେ ପୋଷ୍ଟ କରିଥିଲେ। ଭୋଜପୁରୀ କବି ଭିକାରୀ ଓ ମହେନ୍ଦ୍ର ମିସ୍ରିଙ୍କୁ ନେହା ସବୁବେଳେ ନିଜ ଆଦର୍ଶ ଭାବେ ବିବେଚନା କରନ୍ତି।

୩- ୨୦୨୦ ମେ’ ମାସରେ ସେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିବା ସହ କରୋନା ଲକଡାଉନ ଯୋଗୁ ପ୍ରବାସୀ ଶ୍ରମିକ କେମିତି ପ୍ରଭାବିତ ହୋଇଥିଲେ, ସେବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ୟୁଟ୍ୟୁବ ବ୍ୟତୀତ ସେ ଫେସବୁକ ଓ ଟ୍ୱିଟର(ଏବେ ଏକ୍ସ)ରେ ମଧ୍ୟ ନିଜର ଭିଡିଓ ଶେୟାର କରନ୍ତି। ୨୦୨୦ ଅକ୍ଟୋବର ସୁଦ୍ଧା ରାଜନୀତିକ କଟାକ୍ଷ ଯୋଗୁ ସେ ଚର୍ଚ୍ଚାକୁ ଆସିଥିଲା ଓ ୨୦୨୧ରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବରଙ୍କ ସଂଖ୍ୟା ୧ ଲକ୍ଷ ପାର କରିଥିଲା।

୪- ୨୦୨୦ରେ ନେହାଙ୍କ ବିହାର ମେଁ କା ବା, ୨୦୨୨ରେ ୟୁପି ମେଁ କା ବା, ୨୦୨୩ରେ ୟୁପି ମେଁ କା ବା ପାର୍ଟ ୨ ଓ ୨୦୨୩ରେ ମଧ୍ୟପ୍ରଦେଶ ମେଁ କା ବା ଗୀତ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ବିହାରର ଶ୍ରମିକଙ୍କ ଉପରେ ଫୋକସ କରି ସେ ୨୦୨୦ ବିହାର ବିଧାନସଭା ନିର୍ବାଚନ ବେଳେ ବିହାର ମେଁ କା ବା ଗୀତ ରିଲିଜ କରିଥିଲେ। ୨୦୨୨ ଜାନୁଆରୀରେ ରିଲିଜ ହୋଇଥିବା ୟୁପି ମେଁ କା ବାରେ ସେ ଉତ୍ତର ପ୍ରଦେଶ ସରକାରଙ୍କୁ କରୋନା ମୃତ୍ୟୁ, ଲକ୍ଷ୍ମୀପୁର ଖେରି ହିଂସା ଓ ହାଥରସ ଗଣ ଦୁଷ୍କର୍ମ ଘଟଣାରେ ଟାର୍ଗେଟ କରିଥିଲେ।

୫- ୨୦୨୩ର ସେ ମଧ୍ୟପ୍ରଦେଶ ସରକାରଙ୍କୁ ଟାର୍ଗେଟ କରି ଗୀତ ରିଲିଜ କରିଥିଲେ। ଜଣେ ଦଳିତଙ୍କ ଉପରେ ମଧ୍ୟପ୍ରଦେଶରେ ପରିସ୍ରା କରାଯିବା ବେଳର ଭିଡିଓକୁ ପୋଷ୍ଟ କରି ସେ ବିବାଦରେ ଫସିଥିଲେ। ସେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବାରୁ ତାଙ୍କ ନାଁରେ ମାମଲା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story