Advertisment

ତ୍ରିପୁରା ନିର୍ବାଚନ: ୪୮ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି

ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ନାଁ ବାଦ୍‌ ପଡିଛି। ବିପ୍ଲବ କୁମାର ଦେବଙ୍କ ବନମାଳିପୁର ଆସନରୁ ତ୍ରିପୁରା ବିଜେପି ସଭାପତି ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ ମିଳିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
JP nadda and Manik saha

JP nadda and Manik saha

ପାଖେଇ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସବୁ ରାଜନୈତିକ ଦଳ। ପୁଣିଥରେ ଏଠି ପଦ୍ମ ଫୁଟାଇବାକୁ ଜୋରଦାର କସରତ କରୁଛି ବିଜେପି। ଏହାରି ଭିତରେ ଆଜି ବିଜେପି ତା'ର ପ୍ରାର୍ଥୀ ତାଲିକା ଜାରି କରିଛି। ତ୍ରିପୁରାର ୬୦ଟି ଆସନ ମଧ୍ୟରୁ ବିଜେପି ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ୧୧ ଜଣ ମହିଳାଙ୍କ ନାଁ ସାମିଲ ଅଛି।

Advertisment

ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବୋରଦବଲି ସିଟରୁ ପ୍ରାର୍ଥୀ କରିଛି ଦଳ। ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବବର୍ମା ଚରିଲିସ ଆସନରୁ ନିର୍ବାଚନ ଲଢିବେ। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ନିର୍ବାଚନ ଲଢିବେ।

ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ନାଁ ବାଦ୍‌ ପଡିଛି। ବିପ୍ଲବ କୁମାର ଦେବଙ୍କ ବନମାଳିପୁର ଆସନରୁ ତ୍ରିପୁରା ବିଜେପି ସଭାପତି ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ ଦିଆଯାଇଛି।

Advertisment

୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଫେବ୍ରୁଆରୀ ୧୬ ତାରିଖରେ ମତଗ୍ରହଣ ହେବ। ଜାନୁଆରୀ ୩୦ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ ୨ରେ ଭୋଟ୍ ଗଣତି ହେବ।

ତ୍ରିପୁରାରେ ସିପିଏମର ୨୫ ବର୍ଷର ସରକାରକୁ ପରାସ୍ତ କରି ୨୦୧୮ରେ ବିଜେପି କ୍ଷମତାକୁ ଆସିଥିଲା। ପ୍ରଥମ ଥର ପାଇଁ ବିଜେପି ଏହି ରାଜ୍ୟରେ ନିଜର ସରକାର ଗଠନ କରିଥିଲା। ୨୦୧୮ ନିର୍ବାଚନରେ ୬୦ଟି ଆସନରୁ ୩୬ଟି ହାତେଇଥିଲା ବିଜେପି।

Bjp Election Tripura