Advertisment

ରୋଷଣୀ ବେଳେ ବରକୁ ଗୁଳି କଲା ସମ୍ପର୍କୀୟ ଭାଇ, ହସ୍ପିଟାଲରେ ଭର୍ତ୍ତି

ହଠାତ୍‌ ବରଙ୍କ ସମ୍ପର୍କୀୟ ଭାଇ ପହଞ୍ଚି ତାଙ୍କ ଉପରକୁ ଚଳାଇଲେ ଗୁଳି। ଏହାପରେ ହସଖୁସିର ପରିବେଶରେ ହଠାତ୍‌ ନିରବତା ଛାଇଗଲା।

author-image
Niharika Rout
ଅଦ୍ୟତନ ହୋଇଛି
FIRING Case

FIRING Case

ବର ବେଶରେ ସଜ ହୋଇଥିଲେ ଯୁବକ । ବରଯାତ୍ରୀ ଧରି କନିଆ ଘର ଅଭିମୁଖେ ବାହାରିଥିଲେ। ବାଜାବାଣରେ ଫାଟି ପଡ଼ୁଥିଲା ରାସ୍ତାଘାଟ। ଏହି ସମୟରେ ଘଟିଗଲା ଅଘଟଣ। ହଠାତ୍‌ ବରଙ୍କ ସମ୍ପର୍କୀୟ ଭାଇ ପହଞ୍ଚି ତାଙ୍କ ଉପରକୁ ଚଳାଇଲେ ଗୁଳି। ଏହାପରେ ହସଖୁସିର ପରିବେଶରେ ହଠାତ୍‌ ନିରବତା ଛାଇଗଲା। ବର ବେଦୀରେ ପହଞ୍ଚିବା ପୂର୍ବରୁ ହସ୍ପିଟାଲରେ ପହଞ୍ଚିଗଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାମପୁରରେ ଘଟିଛି।

Advertisment

ରାମପୁର ଅଞ୍ଚଳର ହରଦୟାଲଙ୍କ ଝିଅଙ୍କ ବିବାହ ଉତ୍ତରାଖଣ୍ଡର ଓମ ପ୍ରକାଶଙ୍କ ପୁଅ କରଣଙ୍କ ସହ ସ୍ଥିର ହୋଇଥିଲା। ତେଣୁ କରଣ ବରଯାତ୍ରୀ ସହ ରୋଷଣି କରି କନିଆ ଘର ଅଭିମୁଖେ ବାହାରିଥିଲେ। ମାତ୍ର ହଠାତ ରାସ୍ତାରେ ଘଟିଗଲା ଅଘଟଣ। 

ବରଙ୍କ ଭାଇଙ୍କ କହିବାନୁଯାୟୀ, ତାଙ୍କ ପରିବାର ସହ ମାଉସୀଙ୍କ ପରିବାରର ସମ୍ପର୍କ ଭଲ ନ ଥିବାରୁ ବିବାହ ଉତ୍ସବକୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାଉସୀ ପୁଅ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ। ଆଉ ବରକୁ ଗୁଳି କରି ଫେରାର ହୋଇ ଯାଇଛି।

Advertisment

ତୁରନ୍ତ କରଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ବିପଦମୁକ୍ତ ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ତଲାସୀ ଆରମ୍ଭ କରିଛି। ଏହି ଘଟଣା ଶୁଣି କନିଆ ଘର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ କରଣଙ୍କ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି।

Uttar Pradesh Firing