ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ବିଏସ୍‌ଏଫ୍ ଯବାନ ମୃତ; ୬ ଆହତ

ମନକୋଟ ସେକ୍ଟରରେ ଘଟିଥିବା ଦୁର୍ଘଟଣା ପରେ ଆହତଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷା କର୍ମଚାରୀମାନେ ଉଦ୍ଧାର କରି ନିକଟକ ଆର୍ମି ମେଡିକାଲରେ ଭର୍ତ୍ତି କରିଛନ୍ତି।

ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚାଲିଛି

  • Published: Sunday, 07 May 2023
  • , Updated: 07 May 2023, 09:23 PM IST

ଆଜି ଏକ ଆର୍ମି ଗାଡ଼ି ଦୁର୍ଘଟଣା ହେବାରୁ ଘଟଣାସ୍ଥଳରେ ଜଣେ ବିଏସ୍‌ଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଜମ୍ମୁ ଓ କାଶ୍ମୀର ପୋନଞ୍ଚ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।

ମନକୋଟ ସେକ୍ଟରରେ ଘଟିଥିବା ଦୁର୍ଘଟଣା ପରେ ଆହତଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷା କର୍ମଚାରୀମାନେ ଉଦ୍ଧାର କରି ନିକଟକ ଆର୍ମି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହି ଦୁର୍ଘଟଣାରେ ଆହତଙ୍କ ଭିତରୁ ୪ ଯବାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

Related story