Advertisment

CISF ଜଗିବ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର

ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଯୋଧ୍ୟା ସଜେଇ ହେଲାଣି।

ଅଦ୍ୟତନ ହୋଇଛି
Ram Temple

Ram Temple

Advertisment

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ପ୍ରତିଦିନ କିଛି କିଛି ନୂଆ ତଥ୍ୟ ସାମନାକୁ ଆସୁଛି । ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଯୋଧ୍ୟା ସଜେଇ ହେଲାଣି।

Advertisment

ଏହାପରେ ରାମ ଲଲାଙ୍କ ଦର୍ଶନ ପାଇଁ ସମଗ୍ର ବିଶ୍ୱର ବିଭିନ୍ନ କୋଣରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଏହାକୁ ଧ୍ୟାନରେ ରଖି ଅଯୋଧ୍ୟାରେ ଆନ୍ତଃରାଷ୍ଟ୍ରୀୟ ବିମାନବନ୍ଦର ଶୁଭାରମ୍ଭ କରାଯାଇଛି। ଏହାକୁ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ନାମକରଣ କରାଯାଇଥିବା ବେଳେ  ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦଘାଟନ କରି ସାରିଛନ୍ତି।

ଏବେ ମିଳିଥିବା ସୂଚନା ମୁତାବକ, ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା (CISF)କୁ ଏହାର ସୁରକ୍ଷା ଦାୟିତ୍ୱ ହସ୍ତାନ୍ତର କରାଯାଇଛି।  ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଦେଶ ବିଦେଶରୁ ବହୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏପରି ସ୍ଥିତିରେ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱ  CISF ହାତକୁ ଚାଲି ଯାଇଛି । ବିମାନବନ୍ଦରରେ ୨୫୦ ସୁରକ୍ଷା କର୍ମୀ ଓ ଅଧିକାରୀ ମୁତୟନ ହୋଇଛନ୍ତି।

Advertisment

CISF ଭାରତ ଗୃହମନ୍ତ୍ରାଳୟ ଅଧୀନ ଏକ ସଂଘୀୟ ପୁଲିସ୍ ସଙ୍ଗଠନ । CISF ପୂରା ଭାରତରେ ୩୫୬ରୁ ଅଧିକ ଉଦ୍ୟୋଗିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟକୁ ସୁରକ୍ଷା ପ୍ରଦାନ କରୁଛନ୍ତି।

 ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଆସନ୍ତା ୧୬ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟାରେ ସମସ୍ତ ମନ୍ଦିରରେ ଅଖଣ୍ଡ ରାମାୟଣ ପାଠ ହେବ । ତାସହ ରାମନାମ ସଂକୀର୍ତ୍ତନ, ସନ୍ଧ୍ୟାରେ ସବୁ ଘରେ ଓ ସବୁ ମନ୍ଦିରରେ ଜଳିବ ଦୀପ । ଏପଟେ ୨୨ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଖାଲି ସେତିକି ନୁହେଁ, ଅଯୋଧ୍ୟାରେ ସମସ୍ତ ମଦଦୋକାନ ବନ୍ଦ ରଖିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇଛନ୍ତି ।

Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe