Advertisment

ଛାତ୍ର ନେତାଙ୍କୁ ପିଟି ପିଟି ମାରିଦେଲେ, ପ୍ରବଳ ଉତ୍ତେଜନା

ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ର ନେତା। ମାତ୍ର ପରୀକ୍ଷା ଦେଇ ବାହାରିବା ପରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅକାଳରେ ଚାଲିଗଲା ଜୀବନ ।

author-image
Niharika Rout
Murder

Murder

ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ର ନେତା। ମାତ୍ର ପରୀକ୍ଷା ଦେଇ ବାହାରିବା ପରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅକାଳରେ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ବିହାରର ରାଜଧାନୀ ପାଟଣା ଆଇନ ବିଶ୍ୱବିଦ୍ୟାଳୟ ଘଟିଛି। ମୃତ ଛାତ୍ରଜଣକ ହେଲେ ୨୨ ବର୍ଷୀୟ ହର୍ଷ କୁମାର।

Advertisment

ହର୍ଷ କୁମାର ପାଟଣାର ବିଏନ୍‌ କଲେଜରେ ପଢ଼ୁଥିବା ବେଳେ ପାଟଣା ଆଇନ୍‌ ବିଶ୍ୱବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ଶେଷ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ହଲ୍‌ରୁ ବାହାରି ଯାଇଥିଲେ। ଏହାର କିଛି ସମୟ ପରେ କିଛି ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ଲହୁଲୁହାଣ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହର୍ଷ ଜଣେ ଛାତ୍ର ନେତା ଥିଲେ  । ଦୀର୍ଘ ବର୍ଷ ହେବ ସେ ଛାତ୍ର ରାଜନୀତିରେ ସାମିଲ ଥିବା ବେଳେ କିଛି ବିପକ୍ଷ ଗୋଷ୍ଠୀ ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି। ସିସଟିଭି ଫୁଟେଜ ଯାଞ୍ଚ କରାଯାଉଛି, ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ଏହି ଘଟଣା ପରେ ପାଟଣା ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଫଳରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଫୋର୍ସ ମୁତୟନ କରାଯାଇଛି।

Murder Bihar