Advertisment

ସାଙ୍ଘାତିକ! ସମୋସାରେ ମିଶିଥିଲା କଣ୍ଡୋମ-ଗୁଟଖା-ପଥର

ଏପରି ନିମ୍ନ ମାନର ସାମଗ୍ରୀ ମିଶ୍ରିତ ସମୋସା ଏକ ନାମୀଦାମୀ ଅଟୋମୋବାଇଲ କମ୍ପାନୀ କ୍ୟାଣ୍ଟିନକୁ ଯୋଗାଇ ଦିଆଯାଉଥିଲା...

author-image
Debibandita Barick
ଅଦ୍ୟତନ ହୋଇଛି
Samosa

Samosa

ଲୋକଙ୍କ ବିଶ୍ୱାସରେ ବିଶ। ନାମିଦାମୀ କମ୍ପାନୀର କ୍ୟାଣ୍ଟିନରେ ମିଳୁଥିବା ସମୋସାରୁ ବାହାରିଛି ପଥର, ତମାଖୁ ଏବଂ କଣ୍ଡୋମ। ମହାରାଷ୍ଟ୍ରର ପୁଣେରେ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସହରର ଏକ ନାମୀଦାମୀ କମ୍ପାନୀର କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟରେ ମିଶିଛି ଏପରି ନିମ୍ନମାନର ସାମଗ୍ରୀ।

Advertisment

ପୁଲିସ ଏହି ମାମଲାରେ ପାଞ୍ଚ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାମଲା ରୁଜୁ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ରହିମ, ଶେଖ, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ ଏବଂ ବିକି ଶେଖ।

ପୁଲିସର କହିବାନୁସାରେ, ଏହି ସମୋସା ସହରର ପିମ୍ପ୍ରି ଚିଞ୍ଚୱାଡରେ ଅବସ୍ଥିତ ଏକ ପ୍ରମୁଖ ଅଟୋ କମ୍ପାନୀକୁ ଯୋଗାଇ ଦିଆଯାଉଥିଲା।ଅଟୋମୋବାଇଲ୍ ଫାର୍ମର କ୍ୟାଣ୍ଟିନକୁ କାଟାଲାଇଷ୍ଟ ସର୍ଭିସ୍ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ ଖାଦ୍ୟ ସାମଗ୍ରୀ ଯୋଗାଉଥିଲା। ଅଟୋ ଫାର୍ମକୁ ସମୋସା ଯୋଗାଇବା ପାଇଁ ମନୋହର ଏଣ୍ଟରପ୍ରାଇଜେସ୍ ନାମକ ଏକ କମ୍ପାନୀ ସହଯୋଗରେ କାଟାଲାଇଷ୍ଟ ସର୍ଭିସ୍ ଚୁକ୍ତି କରିଥିଲା।

Advertisment

ଅଟୋ ଫାର୍ମର କିଛି କର୍ମଚାରୀ ସମୋସାରେ କଣ୍ଡୋମ, ଗୁଟଖା ଏବଂ ପଥର ମିଶିଥିବା ଅଭିଯୋଗ କରିଥିଲେ। ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ପୁଲିସ ଖାଦ୍ୟର ମାନ ପରଖିବା ସହ ସର୍ଭିସ୍ ଯୋଗାଉଥିବା କମ୍ପାନୀର କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ଜେରା ସମୟରେ ବିକି ଶେଖ ଏବଂ ଫିରୋଜ ଶେଖ ସମୋସାରେ ଏପରି ନିମ୍ନ ମାନର ସାମଗ୍ରୀ ମିଶ୍ରଣ କରିଥିବା ଜାଣିବାକୁ ପାଇଛି ପୁଲିସ। 

ପୁଲିସ କହିଛି ଯେ, ଉଭୟ ଅଭିଯୁକ୍ତ ଫିରୋଜ ଏବଂ ବିକି ହେଉଛନ୍ତି SRA ଏଣ୍ଟରପ୍ରାଇଜେସର କର୍ମଚାରୀ। ମନୋହର ଏଣ୍ଟରପ୍ରାଇଜେସ୍ ଦ୍ୱାରା ଯୋଗାଯାଇଥିବା ସମୋସାରେ ମିଶ୍ରଣ କରିବା ପାଇଁ SRA ଏଣ୍ଟରପ୍ରାଇଜେସର ତିନି ଜଣ ପାର୍ଟନର ତାଙ୍କୁ କହିଥିଲେ। 

ସବୁଠୁ ବଡ଼ କଥା ହେଉଛି କି, ଅଟୋ ଫାର୍ମର କ୍ୟାଣ୍ଟିନକୁ ଖାଦ୍ୟ ଯୋଗାଣ ପାଇଁ ପ୍ରଥମେ SRA ଏଣ୍ଟରପ୍ରାଇଜେସ୍ ସହ ଚୁକ୍ତି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଚୁକ୍ତି ବାତିଲ କରି ଦିଆଯାଇଥିଲେ। ଏହାପରେ ମନୋହର ଏଣ୍ଟରପ୍ରାଇଜେସର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବା ପାଇଁ ଚକ୍ତାନ୍ତ ରଚିଥିଲା SRA ଏଣ୍ଟରପ୍ରାଇଜେସର।
ଏହାର ତିନି ଜଣ ପାର୍ଟନର ରହିମ, ଅଜହର ଏବଂ ମଜହର ବିକି ଏବଂ ଫିରୋଜଙ୍କୁ ସେଠାକୁ ପଠାଇଥିଲେ। ଏ ଦୁହେଁ ସେମାନଙ୍କ ଯୋଜନା ମୁତାବକ ସମୋସାରେ ଏପରି ନିମ୍ନ ମାନର ସାମଗ୍ରୀ ମିଶ୍ରଣ କରିଥିଲେ। ପୁଲିସ ମାମଲାର ପର୍ଦ୍ଦାଫାସ କରିବା ପରେ ପାଞ୍ଚ ଜଣଙ୍କ ନାଁରେ ଆଇପିସିର ଧାରା ୩୨୮ ଏବଂ ଧାରା ୧୨୦ବି ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। 

Samosas Condoms Found In Samosas Low Quality Samosa