Advertisment

ବଜରଙ୍ଗ ଦଳ ବିବାଦ: କର୍ଣ୍ଣାଟକାରେ ଏକାଧିକ ହନୁମାନ ମନ୍ଦିର ତିଆରି କରିବ କହିଲା କଂଗ୍ରେସ

ବାସ୍‌ ଏହି ପ୍ରସଙ୍ଗକୁ ନେଇ ବିଜେପି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ ଭଗବାନ ହନୁମାନକୁ ଚାବି ପକାଇ ଦେବ ବୋଲି କହୁଥିବା ବିଜେପି ଅଭିଯୋଗ କରିଥିଲା।

author-image
Hemant Lenka
Congress

Congress

କର୍ଣ୍ଣାଟକାରେ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ବିଭିନ୍ନ ସ୍ଥାନରେ ହନୁମାନ ମନ୍ଦିର ତିଆରି କରିବ ବୋଲି ଆଜି ଦଳର ରାଜ୍ୟ ସଭାପତି ଡିକେ ଶିବକୁମାର ପ୍ରତିଶ୍ରୁତି ଦେଇଛନ୍ତି। କିଛି ଦିନ ତଳେ କଂଗ୍ରେସ ତା’ର ନିର୍ବାଚନୀ ହିସ୍ତାହାର ଜାରି କରିଥିଲା। ଦଳ ଏଥିରେ କହିଥିଲା ଯେ ପିଏଫଆଇ ଓ ବଜରଙ୍ଗ ଦଳ ଭଳି ଘୃଣା ସୃଷ୍ଟି କରୁଥିବା ସଂଗଠନଗୁଡ଼ିକୁ ଦରକାର ପଡ଼ିଲେ ବ୍ୟାନ କରିବ।

Advertisment

ବାସ୍‌ ଏହି ପ୍ରସଙ୍ଗକୁ ନେଇ ବିଜେପି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ ଭଗବାନ ହନୁମାନକୁ ଚାବି ପକାଇ ଦେବ ବୋଲି କହୁଥିବା ବିଜେପି ଅଭିଯୋଗ କରିଥିଲା।

ଏବେ ଏହାକୁ କାଉଣ୍ଟର କରିବା ପାଇଁ କଂଗ୍ରେସ କ୍ଷମତାକୁ ଆସିଲେ ହନୁମାନ ମନ୍ଦିର ତିଆରି କରିବ ବୋଲି କହିଛି। ଡିକେ ଶିବକୁମାର କହିଛନ୍ତି, “କଂଗ୍ରେସ ଯଦି କ୍ଷମତାକୁ ଆସିଲା ରାଜ୍ୟର ହନୁମାନ ମନ୍ଦିରକୁ ବିକଶିତ କରାଯିବ। ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମ ଦଳ ବିଭିନ୍ନ ସ୍ଥାନରେ ନୂଆ ହନୁମାନ ମନ୍ଦିର ତିଆରିକୁ ମଧ୍ୟ ଗୁରୁତ୍ୱ ଦେଉଛି।”

Advertisment

କଂଗ୍ରେସ ତା’ର ନିର୍ବାଚନୀ ଇସ୍ତହାରରେ ପିଏଫଏ ସହ ବଜରଙ୍ଗ ଦଳକୁ ତୁଳନା କରିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଚାର ବେଳେ ଏହି ପ୍ରସଙ୍ଗକୁ ଉଠାଇ କଂଗ୍ରେସକୁ ଟାର୍ଗେଟ କରିଥିଲେ।

Congress Karnataka Karnataka Polls 2023