Advertisment

ଘରେ ପଶିଲେ ଦୁର୍ବୃତ୍ତ, ବୃଦ୍ଧାଙ୍କ ହାତଗୋଡ଼ ବାନ୍ଧି ତଣ୍ଟି ଚିପି ଦେଲେ

ଘରୁ କୌଣସି ଲୁଟପାଟ ହୋଇ ନ ଥିବାରୁ ଏପରି ହତ୍ୟାକାଣ୍ଡ ପଛର କାରଣ ଖୋଜୁଛି ପୁଲିସ୍‌।

author-image
Niharika Rout
ଅଦ୍ୟତନ ହୋଇଛି
Old Lady

Old Lady

ଘରେ ପଶିଲେ ଦୁର୍ବୃତ୍ତ । ଏକା ରହୁଥିବା ମହିଳାଙ୍କ ହାତଗୋଡ଼ ବାନ୍ଧି ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କଲେ। ତେବେ ଘରୁ କୌଣସି ଲୁଟପାଟ ହୋଇ ନ ଥିବାରୁ ଏପରି ହତ୍ୟାକାଣ୍ଡ ପଛର କାରଣ ଖୋଜୁଛି ପୁଲିସ୍‌। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌର ସରୋଜିନୀ ନଗରରେ ଘଟିଛି।

Advertisment

ସ୍ୱାମୀଙ୍କ ମୃତ୍ୟୁ ପରେ ସରଳା ଦେବୀ ନାମ୍ନୀ ୭୦ ବର୍ଷୀୟା ମହିଳା ଘରେ ଏକା ରହୁଥିଲେ। ତାଙ୍କ ପୁଅ ଝିଅ ନିଜ ପରିବାର ସହ ଅନ୍ୟତ୍ର ରହୁଥିଲେ। କିଛି ଦିନ ହେବ ସରଳା ଦେବୀ ଝିଅର ଫୋନ୍‌ ଉଠାଉ ନ ଥିବାରୁ ସେ ନିଜର ଜଣେ ସମ୍ପର୍କୀୟଙ୍କୁ ଘରକୁ ପଠାଇଥିଲେ।

ସେଠାରେ ସମ୍ପର୍କୀୟଜଣକ ପହଞ୍ଚି ସରଳା ଦେବୀଙ୍କ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ହାତଗୋଡ଼ ବନ୍ଧା ହୋଇଥିବା ବେଳେ ବେକରେ ଗାମୁଛା ଗୁଡ଼ା ହୋଇଥିଲା। ଫଳରେ ତଣ୍ଟି ଚିପି ତାଙ୍କ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। 

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଘରୁ କୌଣସି ଲୁଟପାଟ ହୋଇ ନ ଥିବାରୁ କେଉଁ ଉଦ୍ଦେଶ୍ୟ ନେଇ ଲୁଟେରା ପଶିଥିଲେ ଓ କ’ଣ ପାଇଁ ଜଣେ ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କଲେ ତାହାର କାରଣ ଖୋଜୁଛି ପୁଲିସ୍‌।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏଥିସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Murder Uttar Pradesh