Advertisment

ଗୋଟିଏ ଦିନରେ କେଜ୍ରିୱାଲଙ୍କୁ ଦ୍ୱିତୀୟ ଝଟକା: ୨୩ ଯାଏ ନ୍ୟାୟିକ ହେପାଜତକୁ ଗଲେ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇ ଏପ୍ରିଲ ୧ରୁ ତିହାର ଜେଲରେ ଥିବା କେଜ୍ରିୱାଲ ଏବେ ସେହି ଠାରେ ହିଁ ରହିବେ।

author-image
Hemant Lenka
Arvind Kejriwal

Arvind Kejriwal

ସୁପ୍ରିମକୋର୍ଟଙ୍କ ପରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧୀ ଆବେଦନର ତ୍ୱରିତ ଶୁଣାଣିକୁ ମନା କରି ଦେଇଥିଲେ। ଏପ୍ରିଲ ୨୯ରେ ତାଙ୍କ ଆବେଦନର ଶୁଣାଣି ହେବ। ଏହାପରେ ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଛନ୍ତି।

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇ ଏପ୍ରିଲ ୧ରୁ ତିହାର ଜେଲରେ ଥିବା କେଜ୍ରିୱାଲ ଏବେ ସେହି ଠାରେ ହିଁ ରହିବେ। ଆଜି ତାଙ୍କ ନ୍ୟାୟିକ ହେପାଜତର ଅବଧି ଶେଷ ହେଉଥିବାରୁ ଇଡି ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ତାଙ୍କ ଜେଲ ରହଣୀ ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଥିଲେ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ କେ କବିତାଙ୍କ ନ୍ୟାୟିକ ହେପାଜତ ଅବଧି ମଧ୍ୟ ୨୩ରେ ଶେଷ ହେଉଛି। ତେଣୁ ସେହି ଦିନ କେଜ୍ରିୱାଲ ଓ କବିତାଙ୍କୁ ଇଡି ଏକାଠି କୋର୍ଟରେ ପୁଣି ହାଜର କରିବ।

Advertisment

ଅନ୍ୟପକ୍ଷରେ ଗିରଫଦାରୀ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ସୁପ୍ରିମକୋର୍ଟ ଯାଇଥିଲେ। ସର୍ବୋଚ୍ଚ ଅଦାଲତନ ଏପ୍ରିଲ ୨୯ ଯାଏ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। କିନ୍ତୁ କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ରଖିବାକୁ କୋର୍ଟ ଇଡିକୁ ନୋଟିସ କରିଛନ୍ତି।

ଗିରଫ ହେବାର ଦିନକ ପରେ ଟ୍ରାଏଲ କୋର୍ଟ କେଜ୍ରିୱାଲଙ୍କୁ ଦୁଇଟି ପର୍ଯ୍ୟାୟରେ ୧୦ ଦିନ ପାଇଁ ଇଡି ରିମାଣ୍ଡରେ ଛାଡ଼ିଥିଲେ। ଏହାପରେ ଏପ୍ରିଲ ୧ରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ।

ଏପ୍ରିଲ ୧୦ରେ ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ତାଙ୍କୁ ସେଠାରେ ନିରାଶ ହେବାକୁ ପଡ଼ିଥିଲା। ତେଣୁ ହାଇକୋର୍ଟଙ୍କ ରାୟ ବିରୋଧରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପଡ଼ିଥିଲା।

ED Raid Arvind Kejriwal