ଭୂକମ୍ପ ଝଟକାରେ ଥରିଲା ଲେହ଼- ଲଦାଖ

ଲେହ-ଲଦାଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ଜମ୍ମୁ କଶ୍ମୀରରେ ୩.୭ ରେକର୍ଡ଼ କରାଯାଇଛି।

Representational Image

  • Published: Tuesday, 26 December 2023
  • , Updated: 26 December 2023, 08:08 AM IST

ଆଜି ସକାଳୁ ସକାଳୁ ଭୂକମ୍ପ ଝଟକାରେ ଥରିଛି ଲେହ଼ ଲଦାଖ । ଲେହ-ଲଦାଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ଜମ୍ମୁ କଶ୍ମୀରରେ ୩.୭ ରେକର୍ଡ଼ କରାଯାଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଫକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ଭୋର ପ୍ରାୟ ୪ଟା ୩୩ ମିନିଟରେ ଏବଂ ଜାମ୍ମୁ କାଶ୍ମୀରରେ ରାତି ୧ଟା ୧୦ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। 

ଜମ୍ମୁ କଶ୍ମୀର ନିକଟବର୍ତ୍ତୀ କିଶତୱାଡରେ ଗତ କାଲି ରାତି ପ୍ରାୟ ୧ଟା୧୦ରେ ୫ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାଯାଇଛି। ଭୂକମ୍ପ ଝଟକା ଯୋଗୁ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ। ତେବେ ଏଥିଯୋଗୁ କୌଣସି କ୍ଷୟକ୍ଷତି ଘଟିଥିବା ନେଇ କୌଣସି ସୂଚନା ମିଳିନି। 

Related story