ଆଜି ଭୋରୁ ଭୋରୁ ଭୂମିକମ୍ପ ଝଟକାରେ ଦୋହଲିଛି ସିକିମ। ସକାଳ ୬ଟା ୫୭ ମିନିଟ୍ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ତେବେ ଏହା ପ୍ରଭାବରେ ଜନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି।
ଭୂମିକମ୍ପର କେନ୍ଦ୍ର ସିକିମ ହିଁ ଥିଲା। ଏହାର ପ୍ରଭାବ ବିହାର ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଛି। ଏଥିସହ ନେପାଳ ଓ ଭୁଟାନରେ ବି ଏହାର ଝଟକା ଅନୁଭୂତ ହୋଇଛି। ମାତ୍ର ଏହି ଭୂମିକମ୍ପର ତୀବ୍ରତା ବେଶି ନ ଥିବାରୁ କ୍ଷୟକ୍ଷତିର କୌଣସି ସୂଚନା ମିଳିନି।
Also Read
ତେବେ ପାହାଡ଼ିଆ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହେଲେ ଭୂସ୍ଖଳନ ହେବାର ଆଶଙ୍କା ଅଧିକ ଥାଏ। ଏପରି ହେଲେ ବହୁ ଲୋକଙ୍କ ଜୀବନହାନୀ ହେବା ସହ ପ୍ରଭୂତ କ୍ଷୟକ୍ଷତି ହେବାର ବି ଆଶଙ୍କା ରହିଛି।
ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୨୦ ହଜାରରୁ ଅଧିକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ। ତେବେ ସେଥିରେ କେବଳ ଶହେ ଏପରି ଭୂମିକମ୍ ଥାଏ ଯାହାର ଭୟାବହତା ଲୋକଙ୍କୁ ଭୋଗିବାକୁ ପଡ଼ିଥାଏ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Science & Environment
ଡ୍ରୋନ୍କୁ ମାତ୍ ଦେବ ଭାର୍ଗବାସ୍ତ୍ର
ଗଞ୍ଜାମ ଜିଲ୍ଲା ଗୋପାଳପୁରର ସିୱାର୍ଡ ଫାୟାରିଂ ରେଞ୍ଜରେ ଏହି ପରୀକ୍ଷଣ ହୋଇଥିଲା। ଏଥିରେ ‘ଭାର୍ଗବାସ୍ତ୍ର କାଉଣ୍ଟର-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ’ ଏକ ସମୟରେ ଏକାଧିକ ଡ୍ରୋନ୍କୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ ଲକ୍ କରି ନଷ୍ଟ କରିବାରେ ସଫଳ ହୋଇଥିଲା।

National
ପାକିସ୍ତାନ ଡହଳ ବିକଳ: ଭାରତର ଶରଣ ପଶିଲା
୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ହୋଇଥିଲା। ବିଶ୍ୱ ବ୍ୟାଙ୍କ ସହାୟତାରେ ଏହି ଚୁକ୍ତି ସଫଳ ହୋଇଥିଲା।

National
ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
ପ୍ରଥମେ ନିଜ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ସଫେଇ ଦେଉଥିବା ଶାହ ପରବର୍ତ୍ତୀ ଅବସ୍ଥାରେ କ୍ଷମା ମାଗିଛନ୍ତି।

National
ଭାରତକୁ ଆକ୍ରମଣ ବେଳେ ପାକ୍ର ସହାୟତା କରିଥିଲା ତୁର୍କୀ, ୩୫୦ରୁ ଅଧିକ ଡ୍ରୋନ ଓ ଅପରେଟିଭଙ୍କୁ ପଠାଇଥିଲା
ଭାରତ ବିରୋଧରେ ପାକିସ୍ତାନର ଯୁଦ୍ଧ ସମୟରେ ତୁର୍କୀ ପକ୍ଷରୁ କେବଳ ୩୫୦ରୁ ଅଧିକ ଡ୍ରୋନ ଯୋଗାଇ ଦିଆଯାଇ ନଥିଲା, ବରଂ ଏହାକୁ କେମିତି ଭାରତ ବିରୋଧରେ ବ୍ୟବହାର କରାଯିବ, ତା’ର ଶିକ୍ଷା ଦେବା ପାଇଁ ତୁର୍କୀ ପରିଚାଳକମାନଙ୍କୁ ମଧ୍ୟ ପାକିସ୍ତାନକୁ ପଠାଇଥିଲା।

National
୨୦୨୭ରେ ଭାରତ ପାଇବ ପ୍ରଥମ ମହିଳା ପ୍ରଧାନ ବିଚାରପତି!
ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବାର ୭୫ ବର୍ଷ ହୋଇଯାଇଥିଲେ ହେଁ ଏପର୍ଯ୍ୟନ୍ତ ଦେଶ ଜଣେ ମହିଳାଙ୍କୁ ପ୍ରଧାନ ବିଚାରପତି ପଦରେ ଦେଖିପାରିନାହିଁ।