ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ଜଣେ ଯବାନ ଓ ସେନା କୁକୁର ସହିଦ

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର। ଜଣେ ଆତଙ୍କୀ ନିପାତ।

ଏନକାଉଣ୍ଟର ସମୟର ପ୍ରତିକାତ୍ମକ ଚିତ୍ର

  • Published: Wednesday, 13 September 2023
  • , Updated: 13 September 2023, 09:37 AM IST

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର। ଜଣେ ଆତଙ୍କୀ ନିପାତ। ଅପରେସନ ସମୟରେ ଜଣେ ଯବାନ ସହିଦ ହୋଇଥିବା ସୂଚନା। ଏଥିସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୬ ବର୍ଷର ସେନା କୁକୁର 'କେଣ୍ଟ'ର ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ, ଗତକାଲି ରଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ। ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିପାତ ହୋଇଛି।

ଅପରେସନ ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ସ୍ପେଶାଲ୍ ପୁଲିସ୍ ଫୋର୍ସର ଜଣେ ପୁଲିସଙ୍କ ସହ 3 ଜଣ ଯବାନ ଆହତ ହୋଇଛନ୍ତି। ଅପରେସନରେ ସେନା କୁକୁର 'କେଣ୍ଟ' ମଧ୍ୟ ନିୟୋଜିତ ହୋଇଥିଲା। ଆତଙ୍କୀଙ୍କ ଗୁଳିବିନିମୟରେ 'କେଣ୍ଟ'ର ମୃତ୍ୟୁ ଘଟିଥିବା ଜମ୍ମୁ ଜୋନର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି। 
 

Related story