Advertisment

ଜେଲରୁ ବାହାରିଲେ ସାଂସଦ ଇଞ୍ଜିନିୟର ରଶିଦ, ଦେଲେ ଏମିତି ରଣହୁଙ୍କାର

ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ରଶିଦ ମୁକୁଳିଛନ୍ତି। ସେ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିବେ।

author-image
Hemant Lenka
Engineer Rashid

Engineer Rashid

ତିହାର ଜେଲରୁ ମୁକୁଳିଛନ୍ତ ବାରମୁଲ୍ଲାର ସାଂସଦ ଶେଖ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶଦି। ଟେରର ଫଣ୍ଡିଂ କେସ୍‌ରେ ଗିରଫ ହୋଇ ଜେଲରେ ଥିବା ଇଞ୍ଜିନିୟର ରଶିଦଙ୍କୁ ଅକ୍ଟୋବର ୨ ଯାଏ ଦିଲ୍ଲୀ ହାଇକୋର୍ଟ ଜାମିନ ଦେଇଥିଲେ। ଉକ୍ତ ଜାମିନ ପରେ ଆଜି ସେ ତିହାର ଜେଲରୁ ମୁକୁଳୁଛନ୍ତି।

Advertisment

ଜେଲରେ ରହି ଲୋକସଭା ନିର୍ବାଚନ ଲଢ଼ିବା ସହ ବାରମୁଲ୍ଲାରେ ଇଞ୍ଜିନିୟର ରଶିଦ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଆଜି ସେ ଜେଲରୁ ମୁକୁଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି।

ମୋଦିଙ୍କ ‘ନୂଆ କଶ୍ମୀର’ ପ୍ରଚାର ବିରୋଧରେ ସେ ଲଢ଼େଇ କରିବେ ବୋଲି କହିଛନ୍ତି। ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ରଶିଦ ମୁକୁଳିଛନ୍ତି। ସେ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିବେ।

Advertisment

ସେ କହିଛନ୍ତି, “ଜେଲରେ ୫.୫ ବର୍ଷ ରହିବା ପରେ ମୁଁ ନିଜକୁ ଅଧିକ ସଶକ୍ତିଶାଳୀ କରିଛି ଓ ମୋ ଲୋକଙ୍କ ପାଇଁ ମୁଁ ଗର୍ବିତ। ମୁଁ ପ୍ରତିଜ୍ଞା କରୁଛି ଯେ ମୋ ଲୋକଙ୍କ ମୁଣ୍ଡ କେବେ ହେଲେ ତଳକୁ ହେବନି। ମୁଁ ପ୍ରତିଜ୍ଞା କରୁଛି ଯେ ମୋଦି ପ୍ରଚାର କରୁଥିବା ନୂଆ କଶ୍ମୀର ବିରୋଧରେ ଲଢ଼େଇ କରିବି। ୨୦୧୯ ଅଗଷ୍ଟ ୫ରେ ସେ ଯାହା ବି କରିଥିଲେ, ତା’କୁ ଲୋକମାନେ ଅଗ୍ରାହ୍ୟ କରି ଦେଇଛନ୍ତି।”

୨୦୧୯ରୁ ଜେଲରେ ଥିବା ରଶିଦଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା। ୨୦୧୭ ମସିହା ଟେରର ଫଣ୍ଡିଂ ମାମଲାରେ ସେ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନ ସେ ଜେଲରେ ଥାଇ ବାରମୁଲ୍ଲାରୁ ଲଢ଼େଇ କରିଥିଲେ। ଏଠାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାକୁ ହରାଇଛନ୍ତି।

ଏବେ ସେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ଜେଲରୁ ବାହାରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଭୋଟ ହେବାକୁ ଯାଉଛି।

ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ ୨୫ରେ ଦ୍ୱିତୀୟ ଓ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ଭୋଟିଂ ହେବ। ଏଥିରେ ରଶିଦଙ୍କ ଏଆଇପି ପାର୍ଟି ମଧ୍ୟ ଅଂଶଗ୍ରହଣ କରୁଛି।

Jammu Kashmir Engineer Rashid