/odisha-reporter/media/post_attachments/uploadimage/library/16_9/16_9_0/Jail_1684477215.jpg)
Jail
ନିଜର ୫ ବର୍ଷୀୟ ଝିଅଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଘଟଣାରେ ବାପା ଓ ସମ୍ପର୍କୀୟ ମାମୁଙ୍କୁ କେରଳର ସ୍ୱତନ୍ତ୍ର ପୋକସୋ କୋର୍ଟ ୮୪ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଦେବିକୁଲାମ ପୋକସୋ ଫାଷ୍ଟ ଟ୍ରାକ୍ ବିଚାରପତି ରବିଚନ୍ଦ୍ର ସି ଆର ଦୁଇ ଦୋଷୀଙ୍କୁ ଭିନ୍ନଭିନ୍ନ ଦଫାରେ ମୋଟ ୮୪ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ଆଇପିସି, ପୋକସୋ ଆଇନ ଓ ଜୁଭେନାଇଲ ଜଷ୍ଟିସ ଆଇନ ଅନୁସାରେ ଦଣ୍ଡବିଧାନ କରାଯାଇଛି। ମୋଟ ୮୪ ବର୍ଷର ଜେଲଦଣ୍ଡ ମିଳିଥିଲେ ହେଁ ସେମାନେ ମୋଟ ୨୦ ବର୍ଷ ଜେଲରେ ରହିବେ। ବିଭିନ୍ନ ଦଫାରେ ସେମାନେ ଜେଲଦଣ୍ଡ ପାଇଥିଲେ ବି ସେମାନଙ୍କୁ ଏକକାଳୀନ ସଜା କାଟିବାକୁ ପଡ଼ିବ ବୋଲି ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକେଟର(ଏସଏସ୍ପି) ଏସକେ ଦାସ ସୂଚନା ଦେଇଛନ୍ତି।
ତାଙ୍କ କହିବା କଥା ଯେ ଦୁଇ ଦୋଷୀଙ୍କୁ ପୋକସୋ ଆକ୍ଟ ଅନୁସାରେ ସର୍ବାଧିକ ୨୦ ବର୍ଷର ଜେଲଦଣ୍ଡ ମିଳିଛି। ଏହାବାଦ ଅନ୍ୟ ସବୁ ମାମଲା ଓ ଦଫାରେ କିଛି କିଛି ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ଯେହେତୁ କୋର୍ଟ ଏକକାଳୀନ ସଜା କାଟିବାକୁ କହିଛନ୍ତି, ତେଣୁ ଦୁଇ ଦୋଷୀ ୨୦ ବର୍ଷ ହିଁ ଜେଲରେ ରହିବେ।
ଜେଲଦଣ୍ଡ ବ୍ୟତୀତ ସେମାନଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ କୁହାଯାଇଛି। ଏହି ଟଙ୍କାକୁ ପୀଡ଼ିତାଙ୍କୁ ଦିଆଯିବ। ଏଥିସହ କୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ମଧ୍ୟ ପୀଡ଼ିତାଙ୍କୁ ଆବଶ୍ୟକ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ଦାସ ଘଟଣା ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଛନ୍ତି ଯେ ୨୦୨୧ରେ ଛୋଟ ପିଲାଟିକୁ ତା’ ବାପା ଓ ମାମୁ ବାରମ୍ବାର ଘର ଭିତରେ ଦୁଷ୍କର୍ମ କରିଥିଲେ। ଶେଷଥର ପାଇଁ ୨୦୨୧ ଡିସେମ୍ବର ୨୪ରେ ଏପରି ଘଟଣା ଘଟିଥିଲା। ନାବାଳିକା ଜଣଙ୍କ ଦୀର୍ଘଦିନ ହେଲା ଏପରି ସ୍ଥିତି ଦେଇ ଗତି କରୁଥିବା ବେଳେ ୨୦୨୧ ଡିସେମ୍ବର ୨୪ରେ ତାଙ୍କ ମା’ ଏକଥା ଦେଖିବାକୁ ସକ୍ଷମ ହୋଇଥିଲେ।
ସେ ତୁରନ୍ତ ଶିଶୁ କଲ୍ୟାଣ କମିଟିକୁ ଖବର ଦେଇଥିଲେ। କମିଟି ପୁଲିସ୍ ସହାୟତାରେ ପିଲାଟିକୁ ଉଦ୍ଧାର କରିଥିଲା। ସର୍କଲ ଇନସପେକ୍ଟର ବିଜୟ ବିପି ଓ ଡେପୁଟି ଏସ୍ପି କେଆର ମନୋଜ ଘଟଣାର ତଦନ୍ତ କରି ଗତବର୍ଷ ଚାର୍ଜଶିଟ ଦାଖଲ କରିଥିଲେ। କୋର୍ଟ ୧୮ ଜଣଙ୍କ ବୟାନ ଓ ୨୩ଟି ଦସ୍ତାବିଜ୍କୁ ଦେଖିବା ପରେ ପୀଡ଼ିତାଙ୍କ ବାପା ଓ ମାମୁକୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
