Advertisment

ସୁପ୍ରିମକୋର୍ଟ ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ

ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Fathima Beevi's File Photo

Fathima Beevi's File Photo

ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ। ୯୬ ବର୍ଷ ବୟସରେ ଫତିମାଙ୍କର ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫତିମା। 

Advertisment

ତାଙ୍କ ପରଲୋକରେ କେରଳ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ଶୋକ ପ୍ରକାଶ କରିଛନ୍ତି। ଜଷ୍ଟିସ ବିବିଙ୍କ ଦେହାନ୍ତ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଗର୍ଗ। ଗର୍ଗ ଏକ ବିବୃତ୍ତିରେ କହିଛନ୍ତି, "ଫତିମା ବିବି ଜଣେ ସାହସୀ ମହିଳା ଥିଲେ, ଯିଏକି ତାଙ୍କ ନାମରେ ଅନେକ ରେକର୍ଡ କରିଯାଇଛନ୍ତି। ସେ ଏପରି ଏକ ବ୍ୟକ୍ତିତ୍ୱ, ଯିଏ ଅନ୍ୟମାନଙ୍କୁ ଶିଖାଇଛନ୍ତି ଯଦି ଆଗ୍ରହ ଓ ଉଦ୍ୟମ ଥିବ ତେବେ କୌଣସି ସମସ୍ୟାକୁ ପ୍ରତିହତ କରିହେବ।।"

୩୦ ଅପ୍ରେଲ, ୧୯୨୭ରେ କେରଳରେ ଜନ୍ମଗ୍ରହଣ କରିଥିଲେ ଫତିମା। ସେ ୧୯୮୯ରେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ। ଏହି ସୌଭାଗ୍ୟ ସହ ସେ ଦେଶର ପ୍ରଥମ ସୁପ୍ରିମକୋର୍ଟ ମହିଳା ବିଚାରପତି ହୋଇ ପାରିଥିଲେ। ସେହିପରି ନ୍ୟାୟପାଳିକା କ୍ଷେତ୍ରରେ ପ୍ରଥମ ମୁସଲିମ ମହିଳା ଭାବେ ଉଚ୍ଚ ପଦ ପଦବୀରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଥିଲେ। 

Advertisment

ସୁପ୍ରିମକୋର୍ଟରୁ ଅବସର ନେବା ପରେ ଜାତୀୟ ମାନବ ଅଧିକାର କମିଶନ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାପରେ ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଚଳିତ ବର୍ଷ ତାଙ୍କୁ କେରଳ ପ୍ରଭା ସମ୍ମାନରେ ସମ୍ମାନିତ କରାଯାଇଥିଲା