Advertisment

ପପାୟା ଟ୍ରି ହୋଟେଲ୍‌ରେ ଅଗ୍ନିକାଣ୍ଡ, ଭସ୍ମ ହୋଇଗଲା ବିଲ୍ଡିଂ

ବିକରାଳ ରୂପ ଧରି ନିଆଁ ସବୁ ଫ୍ଲୋରକୁ ବ୍ୟାପି ଯିବା ଫଳରେ ରୁମ୍ ଗୁଡିକରେ ଧୂଆଁ ଭର୍ତ୍ତି ହୋଇଯାଇଛି।

author-image
Madhupriya Mistry
Fire in Papaya Tree Hotel

Fire in Papaya Tree Hotel

ହୋଟେଲରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଭସ୍ମ ହୋଇଗଲା ବିଲ୍ଡିଂ। ସବୁ ଫ୍ଲୋରକୁ ବ୍ୟାପିଲା ନିଆଁ। ଧୂଆଁ ଭର୍ତ୍ତି ହେବା ଯୋଗୁଁ ଅଣନିଶ୍ୱାସି ହୋଇଗଲେ ଯାତ୍ରୀ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରରେ।

Advertisment

ଇନ୍ଦୋରର ରାଉରେ ଅବସ୍ଥିତ ବହୁତଳ ହୋଟେଲ ପପାୟା ଟ୍ରିରେ ଭୟଙ୍କର ନିଆଁ ଲାଗିଛି। ଏହି ନିଆଁ ବିକରାଳ ରୂପ ଧରି ସବୁ ଫ୍ଲୋରକୁ ବ୍ୟାପି ଯିବା ଫଳରେ ରୁମ୍ ଗୁଡିକରେ ଧୂଆଁ ଭର୍ତ୍ତି ହୋଇଯାଇଛି। ଏହାକୁ ନେଇ ହୋଟେଲ ଭିତରେ ଆତଙ୍କ ଖେଳିଯାଇଛି। ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡି ଓ ୫ଟି ଟ୍ୟାଙ୍କର ଘଟଣାସ୍ଥଳରେ ପହଞ୍ଚିଛି। ହୋଟେଲରେ ନିଆଁ ଲାଗିବା ପରେ ପୂରା ଅଞ୍ଚଳକୁ ଖାଳି କରାଯାଇଛି।

ସୂଚନା ମୁତାବକ, ହୋଟେଲରେ ଫସି ରହିଥିବା ଲୋକଙ୍କୁ ପ୍ରଥମେ ଉଦ୍ଧାର କରିବାରେ ଅସୁବିଧା ହୋଇଥିଲା। ଫସିଥିବା ଲୋକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ସାମିଲ ଥିଲେ। କିନ୍ତୁ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରୁମ୍ ଭିତରେ ଧୂଆଁ ଭର୍ତ୍ତି ହୋଇଯିବା ଯୋଗୁଁ ଜଣେ ମହିଳା ଯାତ୍ରୀ ଚେତାଶୂନ୍ୟ ହୋଇ ପଡିଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

Advertisment

ହୋଟେଲ କାଫେଟେରିଆରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ଦେଖୁ ଦେଖୁ ଏହା ହୋଟେଲର ଉପର ମହଲା ଯାଏଁ ବ୍ୟାପି ଯାଇଥିଲା। ୫ ମହଲା ବିଶିଷ୍ଟ ଏହି ହୋଟେଲରେ ୬୦ଟି ରୁମ୍ ରହିଛି। ନିଆଁ ଲାଗିବା ଯୋଗୁଁ ହୋଟେଲର ଦୁଇଟି ଫ୍ଲୋର ପୂରାପୁରି ଭସ୍ମ ହୋଇଯାଇଥିବା ସୂଚନା ମିଳିଛି। 

Fire Breakout