Advertisment

ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର

ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।

author-image
Hemant Lenka
beer prices

beer prices

ପୁଣି ଥରେ ବିୟରର ଦାମ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ୨୦୨୪ ଫେବୃଆରୀରେ ସରକାର ବିୟର ଦାମ ୧୦% ବୃଦ୍ଧି କରିଥିଲେ। ଏବେ ପୁଣିଥରେ ଦାମ ବୃଦ୍ଧି କରିବାକୁ କର୍ଣ୍ଣାଟକା ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।

Advertisment

୨୦୨୩ରେ ରାଜ୍ୟ ବଜେଟ ଉପସ୍ଥାପନ କରିବା ବେଳେ କର୍ଣ୍ଣାଟକାର କଂଗ୍ରେସ ସରକାର ବିୟର ଦାମ ୧୦% ବୃଦ୍ଧି କରିଥିଲେ। ଫଳରେ ୬୫୦ ମିଲିମିଟର ବିୟର ବୋତଲ ୧୦ରୁ ୧୫ ଟଙ୍କା ମହଙ୍ଗା ହୋଇଥିଲା। ୨୦୨୪ରେ ସରକାର ବିୟର ଦାମ ଆଉ ୧୦% ବଢ଼ାଇଥିଲେ। ଦ୍ୱିତୀୟ ଥର ଦର ବୃଦ୍ଧି ଯୋଗୁ ବିୟର ବୋତଲ ପିଛା ପୁଣି ୧୫ ଟଙ୍କା ମହଙ୍ଗା ହୋଇଯାଇଥିଲା।

ଅତିରିକ୍ତ ଭାବେ ସିଦ୍ଦରମୈୟା ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ। ଯଦି ଏହାକୁ ଅନୁମତି ମିଳିବ, ତା’ହେଲେ ବର୍ଷକ ମଧ୍ୟରେ ତୃତୀୟ ଥର ପାଇଁ ବିୟରର ଦାମ ବଢ଼ିବ।

Advertisment

ଅବକାରୀ ମନ୍ତ୍ରୀ ଆରବି ଥିମ୍ମାପୁର କହିଛନ୍ତି, ଦର ବୃଦ୍ଧି ପାଇଁ କଥାବାର୍ତ୍ତା ଚାଲିଛି। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଆମେ ଏବେ ମଦର ଦାମ ବଢ଼ାଇକୁ ଚିନ୍ତା କରିନାହିଁ। କେବଳ ବିୟରର ଦାମ ବଢ଼ିପାରେ। ତଥାପି ଆମେ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇନାହୁଁ।”

Karnataka Beer Price