ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତଙ୍କୁ ନିଜର ଜଲୱା ଦେଖାଇଛନ୍ତି ତାମିଲନାଡୁର ରାଜ୍ୟପାଲ ରବୀନ୍ଦ୍ର ନାରାୟଣ ରବି। ବୟସ କେବଳ ଗୋଟିଏ ନମ୍ବର ବୋଲି ସେ ସମସ୍ତଙ୍କୁ ପ୍ରମାଣିତ କରି ଦେଖାଇଛନ୍ତି। କାରଣ ୭୩ ବର୍ଷ ବୟସରେ ମଧ୍ୟ ସେ ଗୋଟିଏ ଲୟରେ ୫୧ ଥର ପୁଶ ଅପ ମାରି ସମସ୍ତଙ୍କୁ ନିଜ ଫିଟନେସର ପ୍ରମାଣ ଦେଇଛନ୍ତି।
ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ମଦୁରାଇର ଭେଲାମାଲ ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ୧୦ ହଜାର ଶିକ୍ଷାର୍ଥୀ ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ୭୩ ବର୍ଷୀୟ ରାଜ୍ୟପାଳ ରବି। ସେ ଏହି ଯୋଗ କାର୍ଯ୍ୟକ୍ରମର କେବଳ ନେତୃତ୍ୱ ନେଇ ନଥିଲେ। ବରଂ ନିଜର ଫିଟନେସର ଯାଦୁ ସମସ୍ତଙ୍କୁ ଦେଖାଇଛନ୍ତି।
ଯୋଗ ପାଇଁ ସ୍ୱତନ୍ତ୍ର ଭାବେ ଗଞ୍ଜି ଓ ଟ୍ରାକସୁଟ ପିନ୍ଧି ଆସିଥିବା ରବି ୭୩ ବର୍ଷ ବୟସରେ ମଧ୍ୟ ସେ ଦୁର୍ବଳ ହୋଇ ନାହାନ୍ତି ବୋଲି ପ୍ରମାଣିତ କରିଛନ୍ତି। ଆଇପିଏସ ଟ୍ରେନିଂ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ରବି ପ୍ରତିଟି ଯୋଗ ଆସନକୁ ବେଶ ନିକ୍ଷୁଣତାର ସହ ନିଭାଇ ଥିଲେ।
#WATCH | Tamil Nadu Governor RN Ravi did 51 push-ups at a grand Yoga event organised by Velammal Educational Trust in Madurai, on #InternationalDayofYoga2025. The 73-year-old Governor shared tips on maintaining the correct posture during push-ups.
— ANI (@ANI) June 21, 2025
(Video: Tamil Nadu Raj Bhavan) pic.twitter.com/d4kovH4tSc
ତେବେ ଏହି କାର୍ଯ୍ୟକ୍ରମର ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ପୁସ ଅପ। ଯୋଗାଭ୍ୟାସ ପରେ ରବି ଏହା କରିଥିଲେ। ସେ ସମସ୍ତଙ୍କ ଆଗରେ ଷ୍ଟେଜ ଉପରେ ଗୋଟିଏ ଥରରେ ୫୧ଟି ପୁସ ଅପ ମାରିଥିଲେ। ତାଙ୍କ ପୁସ ଅପକୁ ଦେଖି ସମସ୍ତେ ଚମକି ପଡ଼ିଥିଲେ।
ପ୍ରକୃତରେ ରବିଙ୍କ ବୟସ ୭୦ ନା ୩୦ ତା’କୁ ନେଇ ମଧ୍ୟ ସମସ୍ତେ ଆଲୋଚନା କରିଥିଲେ। ହେଲେ ରବି ୭୩ ବର୍ଷ ବୟସରେ ବେଧଡ଼କ ଅନ୍ଦାଜରେ ପୁସ ଅପ ମାରିବା ସମସ୍ତଙ୍କୁ ପ୍ରଭାବିତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।