Advertisment

ସ୍କୁଲ ଭିତରେ ପିଲାଙ୍କୁ ପଣବନ୍ଦୀ କରିବାକୁ ଚାହୁଁଥିଲା ବନ୍ଧୁକଧାରୀ, କିନ୍ତୁ..

ହଠାତ୍‌ ଆଜି କ୍ଲାସରେ ପିଲାମାନେ ବସିଥିବା ବେଳେ ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ସେଠାରେ ଧସେଇ ପଶିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
School

School

ପଶ୍ଚମଙ୍ଗର ମାଲଦାରେ ଘଟିବାକୁ ଯାଉଥିବା ଗୋଟିଏ ବଡ଼ ଅଘଟଣକୁ ଠିକଣା ସମୟରେ ପଣ୍ତ କରିବାକୁ ସକ୍ଷମ ହୋଇଛି ପୁଲିସ୍‌। ଜଣେ ବନ୍ଧୁକଧାରୀ ଏଠାରେ ଥିବା ଗୋଟିଏ ସ୍କୁଲରେ ପଶି ପିଲାମାନଙ୍କୁ ପଣବନ୍ଦୀ କରିବାକୁ ଚେଷ୍ଟା କରିଥିଲା। ହେଲେ ପୁଲିସ୍‌ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଉକ୍ତ ବନ୍ଧୁକଧାରୀକୁ କାବୁ କରିବାକୁ ସକ୍ଷମ ହୋଇଛି।

Advertisment

ପୁଲିସ୍‌ର ସୂଚନା ଅନୁଯାୟୀ, ମାଲଦାରେ ଥିବା ମୁଚିଆ ଅଞ୍ଚଲ ଚନ୍ଦ୍ର ମୋହନ ହାଇସ୍କୁଲରେ ଘଟିଥିଲା ପୂରା ଘଟଣା। ହଠାତ୍‌ ଆଜି କ୍ଲାସରେ ପିଲାମାନେ ବସିଥିବା ବେଳେ ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ସେଠାରେ ଧସେଇ ପଶିଥିଲା। କେହି କିଛି ବୁଝିବା ଆଗରୁ ସେ ବନ୍ଧୁକ ଦେଖାଇ କିଛି ପିଲାଙ୍କୁ କ୍ଲାସରୁମକୁ ଡାକିଥିଲା। ଏଥିସହ ହାତରେ ଧରିଥିବା ଗୋଟିଏ କାଗଜକୁ ପଢ଼ିବା ଆରମ୍ଭ କରିଥିଲା।

ଏକଥା ସ୍କୁଲ କର୍ତ୍ତୃପକ୍ଷ ଜାଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ଗୋଟିଏ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକଧାରୀ ବ୍ୟକ୍ତିକୁ କାବୁ କରି ନେଇଥିଲେ। ତା’ ପାଖରେ ଥିବା ବ୍ୟାଗରୁ କିଛି ବୋତଲ ମିଳିଛି। ସେଗୁଡ଼ିକ ପେଟ୍ରୋଲ ବୋମା ବୋଲି ବ୍ୟକ୍ତି ଜଣଙ୍କ ଦାବି କରିଛି। ତାକୁ ପୁଲିସ୍‌ କାବୁ କରିବା ପାଇଁ ବେଶ ସତର୍କତା ଅବଲମ୍ବନ କରିଥିଲା। ପଣବନ୍ଦୀ ଖବର ମିଳିବା ପରେ ସ୍କୁଲ ବାହାରେ ପିଲାମାନଙ୍କ ପରିବାର ଲୋକ ଭିଡ଼ ମଧ୍ୟ ଜମାଇଥିଲେ। 

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଧରା ପଡ଼ିଥିବା ବ୍ୟକ୍ତି ଜଣକ ହେଉଛି ମାନସିକ ରୋଗୀ। ପୁଲିସକୁ ବ୍ୟକ୍ତି ଜଣକ କହିଛି ଯେ ପତ୍ନୀଙ୍କ ସହ ଦୀର୍ଘଦିନ ହେଲା ତାଙ୍କର ବିବାଦ ଲାଗି ରହିଛି। ପତ୍ନ ତା’ ପୁଅକୁ ମଧ୍ୟ ନେଇ ଯାଇଛନ୍ତି। ଏ ସମ୍ପର୍କରେ ସେ ପୁଲିସ୍‌ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

ହେଲେ କୌଣସି ସୁଫଳ ମିଳି ନଥିଲା। ଏଥିପାଇଁ ସେ ସ୍କୁଲ ପିଲାଙ୍କୁ ପଣବନ୍ଦୀ କରି ନିଜର ଦାବି ପୂରଣ କରିବାକୁ ଚାହୁଁଥିଲା ବୋଲି ପୁଲିସ୍‌କୁ କହିଛି। ମାଲଦା ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

West Bengal School