Advertisment

ରାଜଭବନ ନିକଟ କଲେଜ ଗେଟ ସାମ୍ନାରୁ ମିଳିଲା ଗ୍ରେନେଡ ଓ ଧମକପୂର୍ଣ୍ଣ ଚିଠି

ରାଜଭବନର ଅତି ନିକଟରୁ ଗ୍ରେନେଡ ମିଳିବା ସମସ୍ତଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
College

College

ରାଜ୍ୟପାଳଙ୍କ ସରକାରୀ ବାସଭବନ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଗୋଟିଏ କଲେଜ ଗେଟ ପାଖରୁ ମିଳିଛି ହ୍ୟାଣ୍ଡ ଗ୍ରେନେଡ। ଏଥିସହ ଗୋଟିଏ ଧମକପୂର୍ଣ୍ଣ ଚିଠି ମଧ୍ୟ ଗ୍ରେନେଡ ପାଖରୁ ଜବତ କରାଯାଇଛି। ମଣିପୁରର ରାଜଧାନୀ ଇମ୍ଫାଲରେ ଥିବା ରାଜଭବନର ଅତି ନିକଟରୁ ଗ୍ରେନେଡ ମିଳିବା ସମସ୍ତଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।

Advertisment

ପୁଲିସ୍‌ କହିଛି ଯେ ଗଣପ୍ରିୟା ମହିଳା କଲେଜ ଗେଟ ପାଖରେ ଗ୍ରେନେଡ ପଡ଼ିଥିବା ଆଜି ସକାଳ ପ୍ରାୟ ୬ଟା ବେଳେ କିଛି ଲୋକ ଦେଖିଥିଲି। ଏହାପରେ ପୁଲିସ୍‌ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ବୋମା ନିଷ୍କ୍ରିୟ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଗ୍ରେନେଡକୁ ଅକାମୀ କରିଥିଲେ।

ଗ୍ରେନେଡକୁ ଗୋଟିଏ ହାତ ଲେଖା ଚିଠି ଉପରେ ରଖାଯାଇଥିଲା। ଏଥିରେ ଫାଶୀବାଦ ଶିକ୍ଷା ବ୍ୟବସ୍ଥାକୁ ତିରଷ୍କାର କରାଯାଇଛି। ମେଧାବୀ ଶିକ୍ଷାର୍ଥୀଙ୍କୁ ସମ୍ମାନୀତ କରାଯାଇ ମାଗଣା ଶିକ୍ଷାର ବ୍ୟବସ୍ଥା କରାଯାଉ ବୋଲି ଚିଠିରେ କୁହାଯାଇଛି।

Advertisment

ଏନେଇ ଇମ୍ଫାଲ ପୁଲିସ୍‌ ଷ୍ଟେସନରେ ଗୋଟିଏ ମାମଲା ରୁଜୁ କରାଯାଇଛି। କିନ୍ତୁ ଏଯାଏ କୌଣସି ସଂଗଠନ ଘଟଣା ପାଇଁ ନିଜକୁ ଦାୟୀ କରି ନାହାନ୍ତି।କୁହାଯାଉଛି ଯେ ଜିପି କଲେଜ ମ୍ୟାନେଜମେଣ୍ଟକୁ ଭୟଭୀତ କରିବା ପାଇଁ ଏପରି ହ୍ୟାଣ୍ଡ ଗ୍ରେନେଡ ରଖାଯାଇଛି।

ଆଦିବାସୀ ଓ ଅଣଆଦିବାସୀଙ୍କ ଯୋଗୁ ମଣିପୁର ଅଶାନ୍ତ ହୋଇ ରହିଛି। ଅଶାନ୍ତ ହେବା ଦିନ ଠାରୁ ସହରାଞ୍ଚଳ ଗୁଡ଼ିକରେ ଲୁଟପାଟ ଓ ବଟି ଆଦାୟ ପାଇଁ ଧମକପୂର୍ଣ୍ଣ ଚିଠି ମିଳିବା ଘଟଣା ବଢ଼ି ଚାଲିଛି। ସମ୍ଭବତଃ ଏହି କ୍ରମରେ କଲେଜକୁ ବଟି ଦେବାକୁ ଏପରି ଗ୍ରେନେଡ ରଖାଯାଇଛି।

Manipur Manipur Violence