Advertisment

‘ପତିପତ୍ନୀ ସରକାରୀ ଚାକିରିଆ ହୋଇଥିଲେ, ଜଣେ କରିବେ ନିର୍ବାଚନ ଡ୍ୟୁଟି’

ପତିପତ୍ନୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ନିର୍ବାଚନ ଡ୍ୟୁଟିରେ ଜଣେ ନିୟୋଜିତ ହେବେ। ଅନ୍ୟ ଜଣଙ୍କୁ ଏଥିରୁ ମିଳିବ ମୁକ୍ତି।

author-image
Niharika Rout
Vote

Vote

ପତିପତ୍ନୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ନିର୍ବାଚନ ଡ୍ୟୁଟିରେ ଜଣେ ନିୟୋଜିତ ହେବେ। ଅନ୍ୟ ଜଣଙ୍କୁ ଏଥିରୁ ମିଳିବ ମୁକ୍ତି। ତେବେ କାହାକୁ ମୁକ୍ତି ମିଳିବ ଓ କିଏ କରିବ ଡ୍ୟୁଟି ସେ ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ। ଏ ପ୍ରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗ ।

Advertisment

ଉଭୟ ପତିପତ୍ନୀ ସରକାରୀ ଚାକିରିଆ ହୋଇଥିଲେ ପ୍ରାୟତଃ ଉଭୟଙ୍କର ନିର୍ବାଚନ ଡ୍ୟୁଟି ପଡ଼ିଥାଏ। ଏଥିଯୋଗୁ ସେମାନଙ୍କୁ ବହୁ ପାରିବାରିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ତେବେ ଏପରି ସମସ୍ୟାରୁ ଦମ୍ପତିଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗ ।

ତେବେ ଏ ନେଇ ଦମ୍ପତିଙ୍କୁ ପ୍ରଥମେ ନିଜ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରାର୍ଥନା ପତ୍ର ଲେଖି ଅବଗତ କରିବାକୁ ପଡ଼ିବ । ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏହା ଉପରେ ଶେଷ ନିଷ୍ପତ୍ତି ନେଇ ଜଣଙ୍କୁ ଡ୍ୟୁଟିରେ ନିୟୋଜିତ କରିବେ।

Advertisment

ଚଳିତ ଥର ୧୯ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ । ୪ ଜୁନ୍‌ରେ ମତଗଣନା ଆରମ୍ଭ ହେବ ।

Uttar Pradesh