Advertisment

ବଢିଲା ଆତ୍ମନିର୍ଭରତା; ଯୁଦ୍ଧ ଟ୍ୟାଙ୍କ ପାଇଁ ହେଲା ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ

ମହିଶୂରର ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ -ଇଂଜିନ ଡିଭିଜନରେ ୧୫ଶହ ହର୍ସ ପାୱାରର ଏହି ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ ହୋଇଛି।

author-image
Niharika Rout
Tank

Tank

ଯୁଦ୍ଧ ଟ୍ୟାଙ୍କ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ। ମହିଶୂରର ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ -ଇଂଜିନ ଡିଭିଜନରେ ୧୫ଶହ ହର୍ସ ପାୱାରର ଏହି ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ ହୋଇଛି। ବୈଷୟିକ ସ୍ଥିରତା ଦୃଷ୍ଟିରୁ ପରୀକ୍ଷଣ ଜେନେରେସନ୍ ୱାନ ସମ୍ପୂର୍ଣ୍ଣ ହେବାର ଏକ ପ୍ରମାଣ ବୋଲି କୁହାଯାଉଛି।

Advertisment

ଜେନେରେସନ୍-୨ ରେ DRDOର ପ୍ରୟୋଗଶାଳା କମ୍ବାଟ ଭେୟିକିଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟରେ ଏହି ଇଞ୍ଜିନର ବିଭିନ୍ନ ସ୍ତରରେ ପରୀକ୍ଷଣ କରାଯିବ। ଯୁଦ୍ଧ ବିମାନରେ ବ୍ୟବହାର ଏବଂ ଏହାର କାର୍ଯ୍ୟକାରିତା ନେଇ ପରୀକ୍ଷା ହେବ। ୨୦୨୫ ମଧ୍ୟଭାଗ ସୁଦ୍ଧା ଏହି ପ୍ରୋଜେକ୍ଟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଇଞ୍ଜିନ ପରୀକ୍ଷଣ ବେଳେ ଉପସ୍ଥିତ ଥିବା ପ୍ରତିରକ୍ଷା ସଚିବ ଗିରିଧର ଅରମାନେ କହିଛନ୍ତି,  ଏହା ପରିବର୍ତ୍ତନକାରୀ କ୍ଷଣ। ଏହି ଉପଲବ୍ଧି ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଦକ୍ଷତା, ବୈଷୟିକ କୌଶଳର ପ୍ରଦର୍ଶନ ସହ ଆତ୍ମନିର୍ଭର ଭାରତ ପାଇଁ ପ୍ରତିବଦ୍ଧତା ଦର୍ଶାଇଛି ।

Advertisment

୧୫ଶହ ହର୍ସ ପାୱାରର ଇଞ୍ଜିନକୁ ଏକ ଆଦର୍ଶ ଭାବେ ପରିଗଣିତ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଇଞ୍ଜିନ ଶୂନରୁ ମାଇନସ ତାପମାତ୍ରା ତଥା ଅତ୍ୟଧିକ ତାପମାତ୍ରା ଅଞ୍ଚଳରେ ବି କାର୍ଯ୍ୟକ୍ଷମ ହୋଇ ପାରିବ । ଏଥିସହ ସେ କହିଛନ୍ତି, ଏହାର ବିଶ୍ୱର ପ୍ରମୁଖ ଦେଶମାନଙ୍କ ଦ୍ୱାରା ନିର୍ମିତ ଇଞ୍ଜିନର ସମକକ୍ଷ ହୋଇ ପାରିବ ।

ସେହିପରି ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ ସିଏମଡି ଶାନ୍ତନୁ ରୟ କହିଛନ୍ତି, ଦେଶର ପ୍ରତିରକ୍ଷା କ୍ଷେତ୍ରରେ BEMLର ଅବଦାନକୁ ଏହା ଆହୁରି ମଜବୁତ୍ କରିଛି।  

Karnataka