ଭାରତ-ପାକିସ୍ତାନ ଅସ୍ତ୍ରବିରତି: ଟ୍ରମ୍ପଙ୍କ ବାଣିଜ୍ୟ ଓ ଆଣବିକ ଲଢ଼େଇ ଦାବିକୁ ଖଣ୍ଡନ କଲା ନୂଆଦିଲ୍ଲୀ

ପାକିସ୍ତାନ ସହ ବିବାଦ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଏକାଧିକ ଥର କଥାବାର୍ତ୍ତା ହୋଇଛି। ହେଲେ ଏହି ଆଲୋଚନା ବେଳେ ବାଣିଜ୍ୟ ପ୍ରସଙ୍ଗ ଆଦୌ ଉଠି ନଥିବା ଆଜି ଭାରତ ସରକାର ସ୍ପଷ୍ଟ କରିଛନ୍ତି।

Trump

ମୋଦି, ଟ୍ରମ୍ପ ଓ ଶେହବାଜ

Hemant Lenka
  • Published: Tuesday, 13 May 2025
  • Updated: 13 May 2025, 08:20 PM IST

ବାଣିଜ୍ୟର ଧମକ ଦେଇ ଭାରତ ଓ ପାକିସ୍ତାନକୁ ଯୁଦ୍ଧ ବିରତି ପାଇଁ ଆମେକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଧ୍ୟ କରିଥିଲେ। ଦୁଇ ଦେଶ ମଧ୍ୟରେ ଆଣବିକ ଯୁଦ୍ଧକୁ ଟ୍ରମ୍ପ ହସ୍ତକ୍ଷେପ କରି ରୋକିବାକୁ ସକ୍ଷମ ହୋଇଥିଲେ। ଏମିତି କିଛି ନିଜେ ଟ୍ରମ୍ପ ବାହାସ୍ଫୋଟ ମାରି ଯୁଦ୍ଧ ବିରତିର ଶ୍ରେୟ ନେବାକୁ ଚେଷ୍ଟା କରୁଥିଲେ ହେଁ ଭାରତ ସରକାର ଏହାକୁ ଖଣ୍ଡନ କରିଛନ୍ତି। ପାକିସ୍ତାନ ସହ ବିବାଦ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଏକାଧିକ ଥର କଥାବାର୍ତ୍ତା ହୋଇଛି। ହେଲେ ଏହି ଆଲୋଚନା ବେଳେ ବାଣିଜ୍ୟ ପ୍ରସଙ୍ଗ ଆଦୌ ଉଠି ନଥିବା ଆଜି ଭାରତ ସରକାର ସ୍ପଷ୍ଟ କରିଛନ୍ତି।

ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ପାକିସ୍ତାନ ସହ ବିବାଦ ଚାଲିଥିବା ବେଳେ ଭାରତ ଓ ଆମେରିକାର ନେତୃବୃନ୍ଦଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା। ହେଲେ କୌଣସି ସମୟରେ ମଧ୍ୟ ଉଭୟ ଦେଶ ବାଣିଜ୍ୟ ବା ଟ୍ରେଡ ସମ୍ପର୍କରେ ଆଲୋଚନା କରି ନାହାନ୍ତି। ମନ୍ତ୍ରଣାଳୟ କହିଛି, “ମେ’ ୭ରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ଠାରୁ ଆରମ୍ଭ କରି ମେ’ ୧୦ ତାରିଖ ଯୁଦ୍ଧ ବିରତି ଯାଏ ଭାରତୀୟ ଓ ଆମେରିକୀୟ ନେତୃବୃନ୍ଦଙ୍କ ମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଥିଲା। ସବୁ ଆଲୋଚନା ସାମରିକ ସ୍ଥିତି ସମ୍ପର୍କରେ ରହିଥିଲା। କିନ୍ତୁ କୌଣସି ଆଲୋଚନାରେ ଟ୍ରେଡ ପ୍ରସଙ୍ଗ ଉଠି ନଥିଲା।”

ଭାରତ-ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଆଣବିକ ଲଢ଼େଇକୁ ରୋକିବାର ଶ୍ରେୟ ଟ୍ରମ୍ପ ନେବା ସହ ଦୁଇ ଦେଶକୁ ଅସ୍ତ୍ର ବିରତି ପାଇଁ ରାଜି କରାଇଥିବା କହିଥିଲେ। ଟ୍ରମ୍ପ ଦାବି କରିଥିଲେ ଯେ ସେ ଉଭୟ ଦେଶକୁ ବାଣିଜ୍ୟରେ ସାହାଯ୍ୟ କରିବେ ବୋଲି ଅଫର କରିଥିଲେ। ଯଦି ଭାରତ ଓ ପାକିସ୍ତାନ ଉତ୍ତେଜନା ହ୍ରାସ ନ କରିବେ, ତା’ହେଲେ ଆମେରିକା ଉଭୟ ଦେଶ ସହ ବାଣିଜ୍ୟ ସମ୍ପର୍କଚ୍ଛିନ୍ନ କରିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ପୂରା ବିଶ୍ୱକୁ ଅବଗତ କରାଇଥିଲେ। କିନ୍ତୁ ଭାରତ ସରକାର ଆଜି ଟ୍ରମ୍ପଙ୍କ କଥାରେ କୌଣସି ସତ୍ୟତା ନଥିବା କହିଛନ୍ତି।

Also Read

ଯୁଦ୍ଧ ବିରତି ଓ ଅନ୍ୟ ଦେଶର ଭୂମିକା ସମ୍ପର୍କିତ ପ୍ରଶ୍ନରେ ବୈଦେଶିକ ମନ୍ତ୍ରଣାଳୟ କହିଛି, “ନିର୍ଦ୍ଦିଷ୍ଟ ତାରିଖ, ସମୟ ଓ ବୁଝାମଣାର ବିଷୟବସ୍ତୁ ସବୁ କିଛି ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ହୋଇଥିବା ମେ’ ୧୦ ତାରିଖ ଫୋନ କଲରେ ସ୍ଥିର ହୋଇଥିଲା। ୧୦ ତାରିଖ ଅପରାହ୍ନ ୩.୩୫ରେ ଉଭୟ ଦେଶର ଡିଜିଏମଓ କଥା ହୋଇଥିଲେ। ବୈଦେଶିକ ସଚିବ ଏ ସମ୍ପର୍କରେ ଗୋଟିଏ ବିବୃତି ମଧ୍ୟ ଜାରି କରିଥିଲେ।”

ମନ୍ତ୍ରଣାଳୟ ଆହୁରି କହିଛି ଯେ “ଯୁଦ୍ଧ ବିରତି ଆଲୋଚନା ପାଇଁ ପାକିସ୍ତାନ ହାଇକମିଶନ ପକ୍ଷରୁ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଦିନ ୧୨.୩୭ରେ ଯୋଗାଯୋଗ କରାଯାଇଥିଲା। ବୈଷୟିକ ତ୍ରୁଟି କାରଣରୁ ପାକିସ୍ତାନ ହଟଲାଇନରେ ଯୋଗାଯୋଗ କରିବାକୁ ପୂର୍ବରୁ ଚେଷ୍ଟା କରି ବିଫଳ ହୋଇଥିଲା। ଭାରତୀୟ ଡିଜିଏମଓଙ୍କ ଉପଲବ୍ଧିକୁ ବିଚାରକୁ ନିଆଯାଇ ସମୟ ଦିନ ୩.୨୫ ଧାର୍ଯ୍ୟ କରାଯାଇଥିଲା।”

ଯୁଦ୍ଧ ବିରତି ପଛର ଗୁରୁତ୍ୱକୁ ବୁଝାଇବାକୁ ଯାଇ ମନ୍ତ୍ରଣାଳୟ କହିଛି, “ମେ’ ୧୦ ତାରିଖ ସକାଳେ ଆମେ ବେଶ ପ୍ରଭାବଶାଳୀ ଢଙ୍ଗରେ ପାକିସ୍ତାନର ଏକାଧିକ ଏୟାର ବେସ୍‌ରେ ବଡ଼ ପ୍ରହାର କରିଥିଲୁ। ଏହି ଆକ୍ରମଣରେ ଥରହର ହୋଇ ସେମାନେ ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବାକୁ ଆଗେଇ ଆସିଥିଲେ। ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନ ଅସ୍ତ୍ରବିରତି ପାଇଁ ନିଜ ତରଫରୁ ଆଗେଇ ଆସିଥିଲା।”

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଣବିକ ଯୁଦ୍ଧ ଥିଓରୀକୁ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ସ୍ୱରରେ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ତାଙ୍କ ହସ୍ତକ୍ଷେପ ଯୋଗୁ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଆଣବିକ ଯୁଦ୍ଧର ଭୟ ଟଳିଥିଲା। କିନ୍ତୁ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ସାମରିକ କାର୍ଯ୍ୟାନୁଷ୍ଠାନ ସଂପୂର୍ଣ୍ଣ ଭାବେ ପାରମ୍ପରିକ ନୀତି ଆଧାରରେ ଥିଲା।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, “ସାମରିକ କାର୍ଯ୍ୟାନୁଷ୍ଠାନ ସଂପୂର୍ଣ୍ଣ ଭାବେ ପାରମ୍ପରିକ ରହିଥିଲା। କିଛି ରିପୋର୍ଟ ପ୍ରକାଶ ପାଇଥିଲା ଯେ ପାକିସ୍ତାନର ନ୍ୟାଶନାଲ କମାଣ୍ଡ ଅଥୋରିଟୀ ମେ’ ୧୦ ତାରିଖରେ ବୈଠକ କରିବେ। କିନ୍ତୁ ଏହାକୁ ସେମାନେ ହିଁ ଖଣ୍ଡନ କରିଛନ୍ତି। ଆଣବିକ ଯୁଦ୍ଧା ଅସ୍ତ୍ର ଉପରେ ପାକିସ୍ତାନର ନ୍ୟାଶନାଲ କମାଣ୍ଡ ଅଥୋରିଟୀ ହୁକୁମାତି ରହିଛି।  

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ନିଜେ ମଧ୍ୟ ଆଣବିକ ଦିଗକୁ ଲାଇଭ ଟିଭିରେ ଖଣ୍ଡନ କରିଛନ୍ତି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତ କେବେ ହେଲେ ଆଣବିକ ବ୍ଲାକମେଲ କିମ୍ବା ସୀମା ପାର ଆତଙ୍କବାଦକୁ ସହ୍ୟ କରିବ ନାହିଁ। ଭାରତ ଗୋଟିଏ ଯତ୍ନବାନ ରାଷ୍ଟ୍ର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story