କେନ୍ଦ୍ର ସରକାର ଆଜି ସୀମା ସୁରକ୍ଷା ବଳ ବା ବିଏସ୍ଏଫର ଡିଜି ଭାବେ ଦଲଜିତ ସିଂହ ଚୌଧୁରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ୧୯୯୦ ମସିହା ଆଇପିଏସ କ୍ୟାଡର(ଉତ୍ତର ପ୍ରଦେଶ) ଏବେ ସଶସ୍ତ୍ର ସୀମା ବଳ ବା ଏସଏସବିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ ଏସଏସବି ସହ ବିଏସଏଫର ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ଭାଳିବେ।
ବିଏସ୍ଏଫ ଡିଜି ନୀତୀନ ଅଗ୍ରୱାଲଙ୍କୁ ଗତକାଲି କେନ୍ଦ୍ର ସରକାର ପଦରୁ ହଟାଇ ଦେଇଥିଲେ। କାର୍ଯ୍ୟକାଳ ସରିବା ଆଗରୁ ତାଙ୍କୁ ପଦରୁ ଅବ୍ୟାହତି ଦିଆଯାଇଥିଲା। ଏହାପରେ ଆଜି କେନ୍ଦ୍ର ସରକାର ଶ୍ରୀ ଚୌଧୁରୀଙ୍କୁ ବିଏସଏଫ ଦାୟିତ୍ୱ ଦେଇଛନ୍ତି।
Also Read
ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚୌଧୁରୀ ଅତିରିକ୍ତ ଭାବେ ବିଏସଏଫ ଡିଜି ଦାୟିତ୍ୱରେ ରହିବେ। ଏହି ପଦରେ ସେ ସ୍ଥାୟୀ ବିଏସଏଫ ଡିଜି ନିଯୁକ୍ତ ହେବା ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାମ କାରିବେ। ବର୍ତ୍ତମାନ ନେପାଳ ଓ ଭୁଟାନ ସୀମାରେ ମୁତୟନ ଏସଏସବିର ମୁଖ୍ୟ ଭାବେ ଶ୍ରୀ ଡିଜି କାମ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
୬୦ ବର୍ଷ ବୟସରେ କାହିଁକି ଦଳୀୟ ନେତ୍ରୀଙ୍କୁ ବିବାହ କଲେ ବରିଷ୍ଠ ବିଜେପି ନେତା?
ରିଙ୍କୁ କହିଛନ୍ତି, ଆରମ୍ଭରୁ ଦିଲୀପ ଏହାକୁ ଗ୍ରହଣ କରି ନଥିଲେ। ଉତ୍ତର ଦେବା ପୂର୍ବରୁ ସେ ନିଜ ମା’ଙ୍କ ସହ କଥା ହୋଇଥିଲେ। ପ୍ରାୟ ୩ ମାସ ପରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ମୋତେ ଜଣାଇଥିଲେ।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।

National
ଲିଙ୍ଗ ବଦଳାଇ ଥିବା ଅନୟା ବାଙ୍ଗରଙ୍କୁ କେଉଁ ସବୁ କ୍ରିକେଟର ପଠାଉଥିଲେ ଅଶ୍ଳୀଳ ଫଟୋ?
ବ୍ରିଟେନରେ ରହୁଥିବା ଅନୟା ତାଙ୍କ ବାପା ସଞ୍ଜୟ ବାଙ୍ଗରଙ୍କ ଭଳି ଜଣେ ଆଥଲେଟ ଓ ସେ କ୍ରିକେଟ ମଧ୍ୟ ଖେଳନ୍ତି।

Crime
ମୁସ୍କାନ, ରବିନା ଓ ରବିତା ପରେ ଆଉ ଜଣେ ପତ୍ନୀ : ପ୍ରେମ ପାଇଁ ସ୍ୱାମୀଙ୍କୁ ମାରିଦେଲେ
ସ୍ୱାମୀ ପ୍ରାଣ ହରାଇବା ପରେ ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କୁ ଘଟଣା ସ୍ଥଳରେ ଛିଡ଼ା ହୋଇ ଭିଡିଓ କଲ କରିଥିଲେ। ପ୍ରେମିକଙ୍କୁ ମୃତଦେହକୁ ଦେଖାଇବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

National
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ୱାକଫ ଛାଟ
କେନ୍ଦ୍ର ସରକାରଙ୍କୁ ଆଜି ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ଶକ୍ତ ଝଟକା ଦେଇଛନ୍ତି। ଆଇନରେ ଥିବା ଏକାଧିକ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।