Advertisment

ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ, ୫୮.୮୫% ମତଦାନ

୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ଆଜି ଭୋଟ୍ ଅନୁଷ୍ଠିତ ହୋଇଛି।

Vote

Vote

Advertisment

ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ। ଏହି ପର୍ଯ୍ୟାୟରେ ୭ଟି ଜିଲ୍ଲାର ୨୪ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ମୋଟ ୫୮.୮୫% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି।

Advertisment

୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ଆଜି ଭୋଟ୍ ଅନୁଷ୍ଠିତ ହୋଇଛି। ସେହିପରି ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ପ୍ରଥମ ଥର ପାଇଁ ଭୋଟ୍ ହୋଇଛି। ଶାନ୍ତିଶୃଙ୍ଖଳାର ସହିତ ଲୋକେ ଭୋଟ୍ ଦେଇଛନ୍ତି। କୌଣସି ସ୍ଥାନରେ କୌଣସି ପ୍ରକାର ବିଶୃଙ୍ଖଳା ବା ଅପ୍ରୀତିକର ଘଟଣା ଘଟି ନାହିଁ।

ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଇନ୍ଦରୱାଲରେ ସବୁଠୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ଏଠାରେ ୮୦.୦୬% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ପଦ୍ଦାର-ନାଗସେନିରେ ୭୬.୮୦, କିଶତୱାଡରେ ୭୫.୦୪ ଓ ଡୋଡା ୱେଷ୍ଟରେ ୭୪.୧୪ ପ୍ରତିଶତ ମତଦାନ ହୋଇଛି।

Advertisment

କଶ୍ମୀର ଉପତ୍ୟକାର ପହଲଗାମରେ ୬୭.୭୮% ଭୋଟିଂ ହୋଇଥିବା ବେଳେ ଡିଏଚ୍‌ ପୋରାରେ ୬୫.୨୧, କୁଲଗାମରେ ୫୯.୫୮, କୋକେରନାଗରେ ୫୮ ଓ ଦୋରୁରେ ୫୭.୯% ମତଦାନ ହୋଇଛି। ତ୍ରାଲରେ ସବୁଠୁ କମ୍ ୪୦.୫୮% ମତଦାନ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଯେତିକି ସୂଚନା ଆସିଥିଲା ପୁଲୱାମା ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ଭୋଟ୍ ହାର ୫୦% ଅତିକ୍ରମ କରି ନଥିଲା।

ପ୍ରଥମ ପର୍ଯ୍ୟାୟରେ ୨୩ ଲକ୍ଷ ଭୋଟର ଥିବା ବେଳେ ୨୧୯ ଜଣଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଯାଇଛି। ୨୧୯ ପ୍ରାର୍ଥୀଙ୍କ ମଧ୍ୟରୁ ୯୦ ଜଣ ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ। ଆଜି ଯେଉଁ ୨୪ଟି ଆସନ ପାଇଁ ଭୋଟ୍ ପଡ଼ିଲା, ସେଥିରୁ ୮ଟି ଜମ୍ମୁ ଅଞ୍ଚଳରେ ଥିବା ବେଳେ ବାକିଗୁଡ଼ିକ କଶ୍ମୀର ଅଞ୍ଚଳର।

ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ସେପ୍ଟେମ୍ବର ୨୫ ତାରିଖରେ ହେବାକୁ ଥିବା ବେଳେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ ତାରିଖରେ ହେବ। ଅକ୍ଟୋବର ୮ ତାରିଖରେ ଭୋଟ୍ ଗଣତି ହେବ।

Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe