Advertisment

ଜୁଏଲାରୀ ଶୋ’ ରୁମ୍‌ରେ ଫାଟିଲା ଏସି, ୩ ଗୁରୁତର

ଶୋ’ ରୁମ୍‌ରେ ଥିବା ଏକ ଏସି ଫାଟିବାରୁ ୩ ଜଣ ଗୁରୁତର ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି।

author-image
Niharika Rout
ଅଦ୍ୟତନ ହୋଇଛି
AC Blast

AC Blast

କର୍ଣ୍ଣାଟକା ବେଲାରିସ୍ଥିତ କଲ୍ୟାଣ ଜୁଏଲର୍ସ ଶୋ’ ରୁମ୍‌ରେ ଘଟିଛି ଅଘଟଣ। ଶୋ’ ରୁମ୍‌ରେ ଥିବା ଏକ ଏସି ଫାଟିବାରୁ ୩ ଜଣ ଗୁରୁତର ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି।

Advertisment

କଲ୍ୟାଣ ଜୁଏଲର୍ସ ଶୋ’ ରୁମ୍‌ରେ ଥିବା ଏସି ମଧ୍ୟରୁ ଗୋଟିଏ ଏସିରେ ହଠାତ୍‌ ବ୍ଲାଷ୍ଟ ହୋଇଥିଲା। ଫଳରେ ସମଗ୍ର ଶୋ’ ରୁମ୍‌ ଧୂଆଁମୟ ହୋଇ ଯାଇଥିଲା। ଏହି ଅଘଟଣରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏସି ବ୍ଲାଷ୍ଟ ଯୋଗୁ ଶୋ’ ରୁମ୍‌ର ଝରକା କାଚ ଫାଟି ଚାରିଆଡ଼େ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହାପରେ ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କମ୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକ ନିୟନ୍ତ୍ରଣକୁ ଆଣିଥିଲେ। ଏହାପରେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Karnataka