Advertisment

ପ୍ରାର୍ଥୀ ତାଲିକା ପରେ ବିଜେପିରେ କମ୍ପନ, ଦଳ ଛାଡ଼ିଲେ ବରିଷ୍ଠ ନେତା

ଳର ବରିଷ୍ଠ ନେତା ଲକ୍ଷ୍ମଣ ସାବାଡି ଆଜି ଦଳକୁ ଅଲବିଦା କହିଛନ୍ତି। ଲକ୍ଷ୍ମ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ହେଭିୱେଠ ବିଏସ୍‌ ୟେଦ୍ୟୁରପ୍ପାଙ୍କ ଅତ୍ୟନ୍ତ ବିଶ୍ୱସ୍ତ। ତଥାପି ତାଙ୍କୁ ଦଳ ଟିକେଟ ଦେଇ ନଥିବାରୁ ସେ ଆଜି ଦଳ ଛାଡ଼ି ଦେଇଛନ୍ତି।

author-image
Hemant Lenka
BJP

BJP

ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ବିଜେପି ବହୁ ବିଳମ୍ବରେ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ୧୮୯ ଜଣଙ୍କୁ ଦଳୀୟ ଟିକେଟ ମିଳିଛି। ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି। ଟିକେଟ ପାଇଁ ଆଶା ରଖି ନିରାଶ ହୋଇଥିବା ବରିଷ୍ଠ ନେତାମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

Advertisment

ଏହିକ୍ରମରେ ଦଳର ବରିଷ୍ଠ ନେତା ଲକ୍ଷ୍ମଣ ସାବାଡି ଆଜି ଦଳକୁ ଅଲବିଦା କହିଛନ୍ତି। ଲକ୍ଷ୍ମ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ହେଭିୱେଠ ବିଏସ୍‌ ୟେଦ୍ୟୁରପ୍ପାଙ୍କ ଅତ୍ୟନ୍ତ ବିଶ୍ୱସ୍ତ। ତଥାପି ତାଙ୍କୁ ଦଳ ଟିକେଟ ଦେଇ ନଥିବାରୁ ସେ ଆଜି ଦଳ ଛାଡ଼ି ଦେଇଛନ୍ତି।

୨୦୧୮ରେ ସେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଅଥାନି ଆସନରୁ ହାରି ଯାଇଥିଲେ। ଏକଦା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିବା ଲକ୍ଷ୍ମଣ ଏଥର ପୁଣି ସମାନ ଆସନରୁ ଦଳର ଟିକେଟ ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Advertisment

ସେ ଅଥାନି ଆସନରୁ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୮ରେ ସେ କଂଗ୍ରେସର ମହେଶ କୁମଥାଲ୍ଲିଙ୍କ ଠାରୁ ହାରି ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଳ ତାଙ୍କୁ ବିଧାନ ପରିଷଦକୁ ପଠାଇଥିଲା। 

ସେ କହିଛନ୍ତି, “ମୋ ନିଜ ନିର୍ବାଚନ ମଣ୍ଡଳୀରୁ ଟିକେଟ ନ ପାଇବା ମୋତେ ବ୍ୟଥିତ କରିଛି। ଦୀର୍ଘ ୩ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ମୁଁ ବିଜେପି ପାଇଁ କାମ କରି ଆସିଛି। ଆମେ ଜନତା ପରିବାର ଠାରୁ ଅଲଗା ହେବା ପରେ ବିଜେପିରେ ମିଶିଥିଲୁ। ଏବେ ମୋତେ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଏହା ଅତ୍ୟନ୍ତ ମର୍ମାହତ କରୁଛି।

ଏପ୍ରିଲ ୧୩ରେ ମୁଁ ମୋର ସମର୍ଥକଙ୍କ ସହ ବୈଠକ କରିବି। ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନେବି। ମୁଁ ଜଣେ ସ୍ୱାର୍ଥହୀନ ରାଜନେତା। କ୍ଷମତା ପାଇଁ ମୁଁ କେବେ ବିକଳ ହୋଇନି। ୨୦୧୮ରେ ମୁଁ ଯେତେବେଳେ ନିର୍ବାଚନ ହାରିଥିଲି ସେତେବେଳେ ଘରେ ବସି ରହିଥିଲି। କଂଗ୍ରେସରେ ଯୋଗ ଦେଇ ନଥିଲି। ମୋ କାମ ଉପରେ ମୋର ଭରସା ଅଛି। ମୁଁ ଭାବୁଛି ବିଜେପି ନେତାମାନେ ଏସବୁ ବୁଝି ପାରିବେ। ବିଜେପିର ବରିଷ୍ଠ ନେତାମାନେ ମୋତେ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନାହାନ୍ତି।”

ଲକ୍ଷ୍ମଣଙ୍କ ପୂର୍ବରୁ ମଧ୍ୟ ଅନେକ ବିଜେପି ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ମଧ୍ୟ ଦଳ ଛାଡ଼ିଥିଲେ। ଆଗକୁ ଆହୁରି ଅନେକ ନେତା ଦଳ ଛାଡ଼ିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ବିଜେପିର ଗତକାଲି ରାତିରେ ୧୮୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୨ ଜଣ ନୂଆ ପ୍ରାର୍ଥୀ ଥିବା ବେଳେ ୩୨ ଜଣ ଓବିସି ବର୍ଗରୁ ଓ ୩୦ ଜଣ ଅନୁସୂଚିତ ଜାତି ବର୍ଗରୁ ରହିଥିବା ସୂଚନା ମିଳିଛି।

ଏମାନଙ୍କ ମଧ୍ୟରେ ୯ ଜଣ ଡାକ୍ତର, ୫ ଜଣ ଆଇନଜୀବୀ ଓ ୨ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରହିଛନ୍ତି। ବିଜେପି ୮ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଅନେକ ବିଧାୟକଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍‌ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଶିଗଗାଓଁରୁ ପ୍ରାର୍ଥୀ ହେବେ। ସେହିପରି ୟେଦ୍ୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ଶିକାରୀପୁରାରୁ ଲଢ଼ିବେ। ୟେଦୁରପ୍ପା ଏଠାରୁ ୧୯୮୩ ପରଠାରୁ ୭ ଥର ଜିତିଛନ୍ତି।

Bjp Karnataka