Advertisment

ମହିଳାଙ୍କୁ ମାଗଣା ବସ୍‌ ସେବା ମହଙ୍ଗା ପଡ଼ିପାରେ, ବଢ଼ିପାରେ ବସ୍‌ ଭଡ଼ା

ମହିଳାଙ୍କୁ ମାଗଣା ବସ୍‌ ସେବା ଯୋଗାଇବା କର୍ଣ୍ଣାଟକା ସରକାରଙ୍କୁ ମହଙ୍ଗା ପଡ଼ିଛି। ଏଥିଯୋଗୁ କର୍ଣ୍ଣାଟକା ସଡ଼କ ପରିବହନ ନିଗମ କ୍ଷତିରେ ଚାଲୁଥିବା ବେଳେ ଭଡ଼ା ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି ସରକାର।

Bus Service

Bus Service

Advertisment

ମହିଳାଙ୍କୁ ମାଗଣା ବସ୍‌ ସେବା ଯୋଗାଇବା କର୍ଣ୍ଣାଟକା ସରକାରଙ୍କୁ ମହଙ୍ଗା ପଡ଼ିଛି। ଏଥିଯୋଗୁ କର୍ଣ୍ଣାଟକା ସଡ଼କ ପରିବହନ ନିଗମ କ୍ଷତିରେ ଚାଲୁଥିବା ବେଳେ ଭଡ଼ା ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି ସରକାର। ରାଜ୍ୟରେ ବସ୍‌ ଭଡ଼ା ୧୫ରୁ ୨୦% ବଢ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରପ୍ରୋଜାଲ ଦେଇଛି ନିଗମ । ଏଥିରେ ମୋହର ବାଜିଲେ ଯାତ୍ରୀଙ୍କ ଉପରେ ପଡ଼ିବ ଅଧିକ ବୋଝ ।

Advertisment

କର୍ଣ୍ଣାଟକାର NWKRTC (North Western karnataka Road Tansport Corporation) ର ଚେୟାରମ୍ୟାନ ତଥା କଂଗ୍ରେସ ନେତା ରାଜୁ କାଗେଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟରେ ମହିଳାଙ୍କୁ ମାଗଣା ବସ୍‌ ସେବା ଯୋଗାଇବା ନିମନ୍ତେ ଶକ୍ତି ଯୋଜନା ଆରମ୍ଭ ହେବା ପରଠୁ NWKRTC ୨୯୫ କୋଟି ଟଙ୍କା କ୍ଷତିରେ ଚାଲିଛି। ତେଣୁ ବୋର୍ଡ ମିଟିଙ୍ଗରେ ବସ୍‌ ଭଡ଼ା ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଏଥିସହ ସେ କହିଛନ୍ତି, ବସ୍‌ ଏକ ଅତ୍ୟାବଶ୍ୟକ ସେବା । ୧୦ ବର୍ଷ ହେଲା ବସ୍‌ ଭଡ଼ାକୁ ବୃଦ୍ଧି କରାଯାଇନି। ଏହାବାଦ ଶକ୍ତି ଯୋଜନାରେ ମହିଳାଙ୍କୁ ମାଗଣାରେ ବସ୍‌ ସେବା ମିଳିବାରୁ ଆମକୁ ପ୍ରଭୂତ କ୍ଷତି ସହିବାକୁ ପଡ଼ୁଛି। ଏଥିସହ ଦିନକୁ ଦିନ ଡିଜେଲ ଦାମ ବଢ଼ିଛି । ଟାୟାର ତଥା ବିଭିନ୍ନ ଯନ୍ତ୍ରପାତିର ରେଟ୍‌ ବଢ଼ୁଛି। ୨୦୨୦ ମସିହାରେ ବସ୍‌ କର୍ମଚାରୀଙ୍କ ବେତନ ସଂଶୋଧନ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ୪ ବର୍ଷ ପରେ ବି ତାହା ସମ୍ଭବ ହୋଇ ପାରୁନି। ତେଣୁ ସେମାନେ ଏଥିନିମନ୍ତେ ରାଜରାସ୍ତାକୁ ଓହ୍ଲାଉଛନ୍ତି।

Advertisment

ତେଣୁ ବସ୍‌ ଭଡ଼ାରେ ୧୫ରୁ ୨୦% ବଢ଼ାଇବାକୁ ଆମେ ଦାବି କରୁଛି। ତେବେ ମୁଖ୍ୟମନ୍ତ୍ରୀ ଭଡ଼ା କେତେ ବୃଦ୍ଧି କରିବା ନିମନ୍ତେ ମଞ୍ଜୁରୀ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି କହିଛନ୍ତି କଂଗ୍ରେସ ନେତା ରାଜୁ କାଗେ ।

Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe