Advertisment

କୋର୍ଟ ଭିତରେ ଅଭିଯୁକ୍ତଙ୍କୁ ବନ୍ଧୁକରେ ଆକ୍ରମଣ ପାଇଁ ଓକିଲଙ୍କ ଉଦ୍ୟମ

ଆକ୍ରମଣ କରିବାକୁ ଉଦ୍ୟମ କରି ଧରାପଡ଼ିଥିବା ଓକିଲ ଜଣଙ୍କ ହେଲେ ସାହେବ ସିଂହୈ ଖୁର୍ଲ। ତାଙ୍କ ଘର ମୋରିଣ୍ଡାରେ। ପୁଲିସ୍‌ ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

author-image
Hemant Lenka
Punjab

Punjab

ଧର୍ମଗ୍ରନ୍ଥକୁ ଅପମାନ ବା ଅପବିତ୍ରକରଣ ମାମଲାରେ ଗିରଫ ଯଶବୀର ସିଂହଙ୍କୁ କୋର୍ଟ ଭିତରେ ବନ୍ଧୁକ ଦ୍ୱାରା ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି ଜଣେ ଓକିଲ। ଦୁଇ ଦିନିଆ ରିମାଣ୍ତ ଅବଧି ପରେ ଯଶବୀରଙ୍କୁ ଆଜି ପଞ୍ଜାବର ଗୋଟିଏ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଜଣେ ଓକିଲ ହାତରେ ବନ୍ଧୁକ ଧରି ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।

Advertisment

ଆକ୍ରମଣ କରିବାକୁ ଉଦ୍ୟମ କରି ଧରାପଡ଼ିଥିବା ଓକିଲ ଜଣଙ୍କ ହେଲେ ସାହେବ ସିଂହୈ ଖୁର୍ଲ। ତାଙ୍କ ଘର ମୋରିଣ୍ଡାରେ। ପୁଲିସ୍‌ ତାଙ୍କୁ ଗିରଫ କରି ପଚରାଉଚରା କରୁଛି। ଯଶବୀର ରୂପନଗର ଗୁରୁଦ୍ୱାରରେ ପଶି ଧର୍ମଗ୍ରନ୍ଥକୁ ଅପମାନିତ କରିବା ସହ ଏହାକୁ ଅପବିତ୍ର କରିଥିଲେ। ଏଥିପାଇଁ ତାଙ୍କ ଉପରେ ଓକିଲ ଜଣଙ୍କ ଖପ୍ପା ହୋଇ ଆକ୍ରମଣ କରିବାକୁ ଆସିଥିଲେ।

ପ୍ରଥମେ ସୋଶାଲ ମିଡିଆରେ ପଞ୍ଜାବର ମୋରିଣ୍ଡାରେ ଥିବା ଗୁରୁଦ୍ୱାରରେ ହୋଇଥିବା ଅପବିତ୍ରକରଣ ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପ୍ରତିଶ୍ରୁତି ଦେଇଥିଲେ। ଭାଇରାଲ ଭିଡିଓରେ ଯଶବୀର ଗୁରୁଦ୍ୱାର କୋଟୱାଲି ସାହିବର ଗର୍ଭଗୃହରେ ପ୍ରବେଶ କରିଥିଲେ। ଏହାପରେ ସେ ଗୁରୁ ଗ୍ରନ୍ଥ ସାହିବ ଚିରି ଫିଙ୍ଗି ଦେଇଥିଲେ।

Advertisment

ତେବେ ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ଯଶବୀରଙ୍କୁ କାବୁ କରି ପ୍ରବଳ ପିଟିଥିଲେ। ଏହାପରେ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ।

Police Punjab