ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ; ୧୩ ରାଜ୍ୟର ୮୮ ଆସନରେ ଚାଲିଛି ଭୋଟିଂ

ଆଜି ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୧୩ଟି ରାଜ୍ୟର ୮୮ ଆସନରେ ଆରମ୍ଭ ହୋଇଛି ମତଦନ । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

ଭୋଟ ଦେବାକୁ ଅପେକ୍ଷା କରିଥିବା ଭୋଟର ।

  • Published: Friday, 26 April 2024
  • , Updated: 26 April 2024, 07:35 AM IST

ଆଜି ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୧୩ଟି ରାଜ୍ୟର ୮୮ ଆସନରେ ଆରମ୍ଭ ହୋଇଛି ମତଦନ । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୭, ବିହାରର ୫, ଆସାମର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ସକାଳୁ ମତଦାନ ଚାଲିଛି। ଏହା ଭିତରେ ରହିଛି କେରଳର ସମସ୍ତ ୨୦ଟି ଯାକ ସିଟ୍।

ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ। ଏ ସବୁ ରାଜ୍ୟରେ ପ୍ରାୟ ୧୬ କୋଟି ଭୋଟର ୧୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ଲାଗି ୧ ଲକ୍ଷ ୬୭ ହଜାର ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି।

ଆଜି ମତଦାନ ହେଉଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ନକ୍ସଲ ଉପଦ୍ରୁତ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି।

ଆଜିର ଭୋଟ ପରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ନିର୍ବାଚନ ସରିଯିବ। ମେ ୭ ତାରିଖରେ ୯୪ ସିଟରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ପୂର୍ବରୁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକସଭା ଆସନରେ ମତଦାନ ହୋଇସାରିଛି।

Related story