Advertisment

ଆସିଲା ବିଜେପିର ସଂକଳ୍ପ ପତ୍ର; ମୋଦି କହିଲେ- ଆସନ୍ତା ୫ ବର୍ଷ ଯାଏଁ ମିଳିବ ମାଗଣା ରାସନ

'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଫୋକସରେ ରହିଛନ୍ତି ଗରିବ, ଯୁବକ, ନାରୀ ଓ ଅନ୍ନଦାତା ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଲୋକସଭା ନିର୍ବାଚନ ପାଇଁ ଆଜି ଜାରି ହୋଇଛି ବିଜେପିର ନିର୍ବାଚନୀ ଇସ୍ତାହାର ବା ‘ସଂକଳ୍ପ ପତ୍ର’ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ଦଳୀୟ ନେତା ଉପସ୍ଥିତି ରହିଥିଲେ।

Advertisment

'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ସଂକଳ୍ପ ପତ୍ରରେ ଫୋକସରେ ରହିଛି ‘GYAN’।  G ହେଉଛି- 'Gareeb' (ଗରିବ), Y ହେଉଛି- ‘Yuva' (ଯୁବବର୍ଗ), A ହେଉଛି- 'Annadaata' (ଅନ୍ନଦାତ) ଓ N ହେଉଛି Nari (ମହିଳା)। 

ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ଅନେକ ରାଜ୍ୟରେ ଆଜି ନବ ବର୍ଷ ପାଳନ କରାଯାଉଛି। ଏଭଳି ଶୁଭ ଦିନରେ ବିଜେପି ନିଜ ସଂକଳ୍ପ ପତ୍ର ଜାରି କରିଛି। ଯୁବ ଭାରତର ଯୁବ ଆକାଂକ୍ଷା ଆମ ସଙ୍କଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି। ‘ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍’ ଆମର ଫୋକସ ବୋଲି ନିଜ ଭାଷଣରେ କହିଛନ୍ତି ମୋଦି।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନୂଆ ଭାରତ ଫୁଲ୍‌ ରେସ୍‌ରେ ଦୌଡ଼ୁଛି। ଏହାକୁ ରୋକିବା ଅସମ୍ଭବ। ଚନ୍ଦ୍ରଯାନର ସଫଳତା ପରେ ଦେଶବାସୀ ଗଗନଯାନର ସଫଳତା ଦେଖିବେ। ଦେଶବାସୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ସଙ୍କଳ୍ପ ପତ୍ର ଆଣିଛୁ। ଏହି ସଙ୍କଳ୍ପ ପତ୍ରକୁ ଲାଗୁ କରିବାକୁ ଓ ଦେଶକୁ ଆହୁରି ଆଗକୁ ନେବାକୁ ଆମକୁ ଦେଶବାସୀଙ୍କ ଆଶୀର୍ବାଦ ଲୋଡ଼ା।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି 

- ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ।

- ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ।

- ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ।

- ଆୟୁଷ୍ମାନ ଯୋଜନାରେ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ସାମିଲ କରାଯିବ।

- ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଯିବ।

- ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ। 

- ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ।

- ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଚାଲିବ। ଖୁବଶୀଘ୍ର ସର୍ଭେ କାମ ଆରମ୍ଭ ହେବ ।

- ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍‌।

- ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ସଂକଳ୍ପ ପୂରଣ କରିବୁ। 

-୨୦୩୬ ମସିହାରେ ଅଲମ୍ପିକ ଆୟୋଜନ କରିବ ଦେଶ।

- ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ ରଖିଛୁ। 

- ସର୍ଭାଇକାଲ କ୍ୟାନସର ଓ ବ୍ରେଷ୍ଟ କ୍ୟାନସରର ଚିକିତ୍ସା ପାଇଁ ଯୋଜନା ପ୍ରସ୍ତୁତ କରିବୁ।

- କୃଷି ଢାଞ୍ଚାକୁ ବିକଶିତ କରିବୁ।

- ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଯୋଜନା ଆଣିବୁ। 

- ସମଗ୍ର ବିଶ୍ୱରେ ଯୋଗର ପ୍ରଚାର, ପ୍ରସାର କରିବୁ।

- ଦେଶର ବଞ୍ଚିତ ବର୍ଗକୁ ପ୍ରାଥମିକତା ଦେବୁ ।

- ଗରିବଙ୍କୁ ଲୁଟୁଥିବା ଲୋକ ଜେଲ୍‌ ଯାଉଛନ୍ତି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ

Bjp PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe