Advertisment

ପାଗଳ ନା ଅନ୍ଧ ଭକ୍ତ? ମୋଦିଙ୍କ ପାଇଁ କାଟିଦେଲେ ଆଙ୍ଗୁଠି

ସେ ମା’ କାଳୀଙ୍କ ପାଖରେ ନିଜ ଆଙ୍ଗୁଠିର ବଳି ପକାଇଛନ୍ତି।

Arun

Arun

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ଅଜବ କାଣ୍ଡ ଘଟାଇଛନ୍ତି। ନିର୍ବାଚନ ଋତୁରେ ସେ ମା’ କାଳୀଙ୍କ ଆଗରେ ଦେଇଛନ୍ତି ବଳି। ମୋଦି ଯେମିତି ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବେ, ସେହି ଆଶାରେ ବ୍ୟକ୍ତି ଜଣଙ୍କ ନିଜ ବାମ ହାତର ଗୋଟିଏ ଆଙ୍ଗୁଠି କାଟି ଦେଇଛନ୍ତି।

Advertisment

ସେ ମା’ କାଳୀଙ୍କ ପାଖରେ ନିଜ ଆଙ୍ଗୁଠିର ବଳି ପକାଇଛନ୍ତି। ଅରୁଣ ବାରନେକର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ପାଇଁ ଆଙ୍ଗୁଠି କାଟିବା ପରେ କିଛି ଲୋକ ତାଙ୍କୁ ପାଗଳ କହିଥିବା ବେଳେ ଆଉ କିଛି ଅନ୍ଧ ଭକ୍ତ ବୋଲି କହି ସମାଲୋଚନା କରିଛନ୍ତି।

କର୍ଣ୍ଣାଟକାର କରୱାର ସିଟିରେ ରହୁଥିବା ଅରୁଣ ସବୁବେଳେ ମୋଦିଙ୍କର ଜଣେ ପ୍ରଶଂସକ ରହି ଆସିଛନ୍ତି। ସେ ମୋଦିଙ୍କ ପାଇଁ ଏତେ ପାଗଳ ଯେ ନିଜ ଘରେ ତାଙ୍କ ପାଇଁ ଗୋଟିଏ ମନ୍ଦିର ତିଆରି କରିଛନ୍ତି। ସେଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ମଧ୍ୟ ରହିଛି। ଏଥର ନିର୍ବାଚନ ପୂର୍ବରୁ ସେ ଆଙ୍ଗୁଠି କାଟିବା ସହ ରକ୍ତରେ ନିଜ କାନ୍ଥରେ ବାର୍ତ୍ତା ଲେଖି ମା’ କାଳୀଙ୍କ ପାଖରେ ପ୍ରଧାନନମନ୍ତ୍ରୀ ମୋଦି ସୁରକ୍ଷା କାମନା କରିଛନ୍ତି।

Advertisment

ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ମୋଦି ବାବା’ କୁହନ୍ତି। ତାଙ୍କର ବିଶ୍ୱାସ ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏଥିସହ ସେ କହିଛନ୍ତି, “ମୋଦି ବାବା ସମସ୍ତଙ୍କ ଠାରୁ ମହାନ।” ଚାଇନା ଓ ପାକିସ୍ତାନ ସହ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ଓ ଜମ୍ମୁ-କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଯୋଗୁ ସମ୍ଭବ ହୋଇ ଥିବା ସେ ଦାବି କରିଛନ୍ତି।

ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୂର୍ବରୁ କାମ କରୁଥିବା ଅରୁଣ ନିଜ ମା’ଙ୍କ ଯତ୍ନ ନେବାକୁ କରୱାର ସ୍ଥିତ ଘରକୁ ଚାଲି ଆସିଛନ୍ତି। ଏବେ ସେ କରୱାରରେ ରହୁଛନ୍ତି।

ଏଯାଏ ବିବାହ କରି ନଥିବା ଅରୁଣଙ୍କ ଏପରି ପାଗଳାମୀ ନୂଆ ନୁହେଁ, ୨୦୧୯ ସାଧାରଣ ନିର୍ବାଚନ ବେଳେ ମଧ୍ୟ ସେ ମୋଦିଙ୍କ ପାଇଁ ଏପରି ବଳି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସମ୍ଭବ ହୋଇ ନଥିଲା। ହେଲେ ଏଥର ସେ ବଳି ଦେବାକୁ ସକ୍ଷମ ହଥଇଛନ୍ତି।

ଅରୁଣଙ୍କ ସମ୍ପର୍କରେ କରୱାରର ଜଣେ ବିଜେପି ନେତା ଜଗଦୀଶ ନାଏକ କହିଛନ୍ତି, “ଏହା ପାଗଳାମୀ। ଏସବୁ କରିବା ଅପେକ୍ଷା ସେ ମୋଦିଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଜଣାଇବା କଥା। ଏହା ଦେଖିଥିଲେ ମୋଦି ବି ଖୁସି ହୋଇଥାଆନ୍ତେ।”

ସ୍ଥାନୀୟ ବିଜେପି ନେତା ନନ୍ଦ କିଶୋର କହିଛନ୍ତି, “ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ମୁଁ ଯୁବଗୋଷ୍ଠୀଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ଏପରି କାମରେ ନିଜକୁ ନିୟୋଜିତ କରନ୍ତୁ ନାହିଁ। ଆମେ ସମସ୍ତେ ଚାହୁଁଛୁ ମୋଦି ଜିତନ୍ତୁ। ମୋଦିଙ୍କ ପ୍ରତି ଥିବା ଭଲ ପାଇବାକୁ ଏପରି ଢଙ୍ଗରେ ଦେଖାଇବା ଠିକ ନୁହେଁ। ସମସ୍ତେ ଗ୍ରହଣ କରୁଥିବା ଭଲ ପାଇବାକୁ ଆପଣମାନେ ଦେଖାନ୍ତୁ।”

Karnataka PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe